Latest Odisha News

BREAKING NEWS

ପୌର ନିର୍ବାଚନ ପାଇଁ ଖୋର୍ଦ୍ଧାରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

ଖୋର୍ଦ୍ଧା  : ଆସନ୍ତାକାଲି ପୌର ନିର୍ବାଚନ ପାଇଁ ବନ୍ଦ ରହିବ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷାନୁଷ୍ଠାନ । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି । ଆଜି ଓ ଆସନ୍ତାକାଲି ସ୍କୁଲ ଏବଂ କଲେଜ ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଆସନ୍ତାକାଲି ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏହା ପୂର୍ବରୁ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ତେବେ ପୌର ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଆସନ୍ତା ଗୁରୁବାର ଦିନ ଭୋଟଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ପ୍ରଥମଥର ପାଇଁ ସିଧାସଳଖ ମେୟର ଓ ଅଧ୍ୟକ୍ଷ ନିର୍ବାଚନ ହେବ ।

ଆସନ୍ତା ଗୁରୁବାର ଦିନ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ବିଜ୍ଞାପିତ ପରିଷଦ ଅଂଚଳର ମୋଟ ୪୩୭୩ଟି ବୁଥରେ ୪୦.୫୫ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ ।

Leave A Reply

Your email address will not be published.