Latest Odisha News

BREAKING NEWS

ଟାଇଟନିକର ଭଗ୍ନାବଶେଷ ପାଖରୁ ମିଳିଲା ନିଖୋଜ ଟାଇଟନ; ୫ ଯାତ୍ରୀ ମୃତ

ୱାଶିଂଟନ: ଟାଇଟନ ବୁଡାଜାହାଜରେ ଯାଇଥିବା ୫ ଜଣଙ୍କର ଅତି ଦୁଃଖଦ ମୃତ୍ୟୁ ଘଟିଛି ।  ଓସେନ ଗେଟ କମ୍ପାନୀ ପରିଚାଳିତ ଏହି ବୁଡାଜାହାଜରେ ଥିବା ୫ ଜଣ ଆଟଲାଣ୍ଟିକ ମହାସାଗରରେ ବୁଡି ଯାଇଥିବା ଟାଇଟନିକର ଭଗ୍ନାବଶେଷକୁ ଦେଖିବା ପାଇଁ ଜୁନ ୧୮ ତାରିଖରେ ବାହାରିଥିଲେ । ହେଲେ ଯାତ୍ରା ଆରମ୍ଭ କରିବାର ୨ ଘଣ୍ଟା ପରେ  ପନଡୁବି ଟାଇନରେ ଏକ ଭୟଙ୍କର ବିସ୍ଫୋରଣ  ହୋଇଥିଲା  ।  ଏହା ପରେ ଏହା  ନିଖୋଜ ଯାଇଥିଲା ଏବଂ ବୁଡାଜାହାଜ ସହ ସମସ୍ତ ଯୋଗଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ବୁଡାଜାହଜରେ ମହଜୁଦ ଥିବା ଅକ୍ସଜେନ ଶେଷ ହୋଇ ଯାଇଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରିଛି ।

ନ୍ୟୁଜ ଏଜେନ୍ସି ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଉଦ୍ଧାରକାରୀ ଟିମଙ୍କୁ ନିଖୋଜ ଟାଇଟନ ଜାହାଜର ଭଗ୍ନାବଶେଷ ମିଳିଛି  ।  ଟାଇଟନିକ ଜାହାର ଭଗ୍ନାବଶେଷ ପାଖରେ ହଁ ଏହାକୁ ପାଇଥିଲେ ଉଦ୍ଧାରକାରୀ ଟିମ । ଆମେରିକା ତଟରକ୍ଷୀଙ୍କ କହିବା ଅନୁସାରେ, ଟାଇଟନର ଭଗ୍ନାବଶେଷ ପାଇବା ପରେ ବିଶେଷଜ୍ଞ ଟିମ ଯାଞ୍ଚ କରିବାରେ ଲାଗି ପଡିଛନ୍ତି ।  ଗୁରୁବାର ପୂର୍ବାହ୍ନରେ ଗୋଟାଏ ରିମୋଟ୍‌-ନିୟନ୍ତ୍ରିତ ଯାନ ଟାଇଟନିକ ଜାହାଜର ଭଗ୍ନାବଶେଷ ପାଖରେ ଏହି କ୍ଷୁଦ୍ର ଟାଇଟନ ଜାହାଜର ଭଗ୍ନାବଶେଷକୁ ଠାବ କରିଥିଲା । ୩ କିମି ଗଭୀର ସମୁଦ୍ର ଭିତରେ ଏହାକୁ ବହୁ କଷ୍ଟରେ ଠାବ କରିଛନ୍ତି ଉଦ୍ଧାରକାରୀ ଟିମ ।

ଟାଇଟନ ଜାହାଜରେ ଇଂଲଣ୍ଡ୍‌ର ୫୮ ବର୍ଷିୟ ହାମିସ୍‌ ହାର୍ଡିଙ୍ଗ୍‌, ଫ୍ରାନ୍‌ସ୍‌ର ୭୭ ବର୍ଷିୟ ପଲ୍‌-ହେନ୍‌ରି ନାର୍ଜିଓଲେଟ୍‌, ୱାସିଂଟନ୍‌ସ୍ଥିତ ‘ଓସେନ୍‌ଗେଟ୍‌’ ମାଲିକାନାରେ ଥିବା ‘ଇଭ୍‌ରେଟ୍‌’ର ମୁଖ୍ୟ ଏକ୍‌ଜିକ୍ୟୁଟିଭ୍‌ ଅଫିସର୍‌ ୬୧ ବର୍ଷିୟ ଷ୍ଟକ୍‌ଟନ୍‌ ରସ୍‌ ଏବଂ ପାକିସ୍ତାନର ୪୮ ବର୍ଷିୟ ଶାହଜାଦ୍‌ ଦାଉଦ୍‌ ଓ ତାଙ୍କର ୧୯ ବର୍ଷିୟ ପୁଅ ସୁଲେମାନ୍‌ ଦାଉଦ୍‌ ଟାଇଟନିକର ଭଗ୍ନାବଶେଷ ଦେଖିବାକୁ ଗଭୀର ସମୁଦ୍ର ଭିତରକୁ ଯାଇଥିଲେ ।

ସୂଚନାଥାଉ କି,  ଏହି ବୁଡା ଜାହାଜରେ ଯାତ୍ରା କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୨ କୋଟି ୨୮ ଲକ୍ଷ ଦେବାକୁ ପଡିଥାଏ । ଏହାର ଯାତ୍ରା ନିଉ ଫାଉଣ୍ଡଲାଣ୍ଡର ସେଣ୍ଟ ଜନ୍ସରୁ ଆରମ୍ଭ ହୋଇଥାଏ । ଟାଇଟନିକ ଭଗ୍ନାବଶେଷ ପାଖରେ ପହଞ୍ଚିବା ଏବଂ ସେଠାରୁ ଆସିବା ପାଇଁ ୮ ଘଣ୍ଟା ସମୟ ଲାଗିଥାଏ । କମ୍ପାନୀ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଟାଇଟନିକ ଭଗ୍ନାବଶେଷ ପାଖରେ ପହଞ୍ଚିବା ପାଇଁ ୨ ଘଣ୍ଟା ଲାଗିଥାଏ । ସେଠାରେ ବୁଲି ଦେଖିବା ପାଇଁ ୪ ଘଣ୍ଟା ଏବଂ ଫେରିବାକୁ ୨ ଘଣ୍ଟା ଏହିପରି ୮ ଘଣ୍ଟା ସମୟ ଲାଗିଥାଏ । ଟାଇଟନ ଏହି ଟାଇଟନିକର ପାଖରେ ପହଞ୍ଚିର ଅଳ୍ପ ସମୟ ପୂର୍ବରୁ ନିଖୋଜ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ବୁଡାଜାହାଜ ପରିଚାଳନାକାରୀ କମ୍ପାନୀ ଓସେନ ଗେଟ ଏକ୍ସପେଡିସନ୍ସର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ, ରିସର୍ଚ୍ଚ ଭେସେଲ ଟାଇଟାନର ଲମ୍ବ ୬ଦଶମିକ ୫ମିଟର ଅର୍ଥାତ ୨୧ ଫୁଟ୍ । ଏହି ବୁଡାଜାହାଜ ୧୩ ହଜାର ୧୦୦ ଫୁଟ ଗଭୀରକୁ ପହଁଚିବାକୁ ସକ୍ଷମ ।

Leave A Reply

Your email address will not be published.