Latest Odisha News

BREAKING NEWS

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ ସାଉଦି ଆରବର ‘ଦି ପବ୍ଲିକ୍ ଇନଭେଷ୍ଟ୍‌ମେଣ୍ଟ୍ ଫଣ୍ଡ୍‌’

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଜିଓ ପ୍ଲାଟଫର୍ମସ୍‌ରେ ସାଉଦି ଆରବର ଦି ପବ୍ଲିକ୍ ଇନଭେଷ୍ଟ୍‌ମେଣ୍ଟ୍ ଫଣ୍ଡ୍ (ପିଆଇଏଫ୍‌) ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ କରାଯାଉଥିବା ୧୧,୩୬୭ କୋଟି ଟଙ୍କାର ପୁଞ୍ଜିନିବେଶ ବିଷୟରେ ଘୋଷଣା କରାଯାଇଛି । ଏହି ପୁଞ୍ଜିନିବେଶ ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଟଂରପ୍ରାଇଜ୍‌୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ଆଧାରରେ କରାଯାଇଛି । ପିଆଇଏଫ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୨.୩୨ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହି ନିବେଶ ସହିତ ୨୦୨୦ ଏପ୍ରିଲ୍ ପରଠାରୁ ଅଗ୍ରଣୀ ବିଶ୍ୱସ୍ତରୀୟ ପ୍ରଯୁକ୍ତି ନିବେଶକ ଯଥା ଫେସବୁକ୍‌, ସିଲ୍‌ଭର ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟ୍‌ଲାଟିଂକ୍‌, କେକେଆର୍‌, ମୁବାଦଲା, ଟିପିଜି, ଏଲ୍ କ୍ୟାଟରଟନ୍ ଓ ପିଆଇଏଫ୍ ଠାରୁ ଜିଓ ପ୍ଲାଟଫର୍ମସ୍ ୧,୧୫,୬୯୩.୯୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ।

ପିଆଇଏଫ୍‌ର ଯୋଗଦାନ ସହିତ ଜିଓ ପ୍ଲାଟଫର୍ମସ୍ ବିଶ୍ୱସ୍ତରୀୟ ପ୍ରମୁଖ ଆର୍ଥିକ ନିବେଶକମାନଙ୍କ ସହିତ ଏକ ସହଭାଗିତା ସ୍ଥାପନ କରିଛି ଯେଉଁମାନେ ଭାରତ ପାଇଁ ଏକ ଜିଡିଟାଲ୍ ସମାଜ ଗଠନ କରିବାରେ ଯୋଗଦାନ ଦେବେ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ ସମୂହ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

ପିଆଇଏଫ୍ ହେଉଛି ସାଉଦି ଆରବ ସାମ୍ରାଜ୍ୟର ଏକ ସୋଭରେନ୍ ୱେଲ୍‌ଥ ଫଣ୍ଡ୍ ଏବଂ ଅର୍ଥନୀତିରେ ବିବିଧତା ଆଣିବା ଲାଗି ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ଏକ ଅଂଶ ଯାହା ଆଜି ଘୋଷଣା ହୋଇଥିବା ପୁଞ୍ଜିନିବେଶ ସହିତ ଭାରତୀୟ ଅର୍ଥନୀତିରେ ଏପର୍ଯ୍ୟନ୍ତ ନିଜର ସବୁଠୁ ବଡ଼ ନିବେଶ କରିଛି । ସାଉଦି ଆରବର ଭିଜନ ୨୦୩୦ ଲକ୍ଷ୍ୟର ଅଂଶ ଭାବେ ଦେଶର ଅର୍ଥନୀତିରେ ପରିବର୍ତନ ଆଣିବା ଲାଗି ଦୀର୍ଘମିଆଦୀ ବାଣିଜ୍ୟିକ ରିଟର୍ଣ୍ଣ ସୃଷ୍ଟି କରିପାରୁଥିବା କ୍ଷେତ୍ର ଓ କଂପାନିଗୁଡ଼ିକରେ ନିବେଶର ଲକ୍ଷ୍ୟ ଓ ପିଆଇଏଫ୍‌ର ରଣନୀତି ଅନୁସାରେ ଏହି ନିବେଶ ହୋଇଛି । ସାଉଦି ଆରବର ନିବେଶ ଉପସ୍ଥିତି ଓ ବ୍ୟାପକତାକୁ ବଢ଼ାଇବା ଲାଗି ସୁଦୃଢ଼ ବିଶ୍ୱସ୍ତରୀୟ ନିବେଶ ସହଯୋଗିତା ସ୍ଥାପନ ଦିଗରେ ଏହି ନିବେଶ ପିଆଇଏଫ୍ ପାଇଁ ସହାୟକ ହେବ ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ରିଲାଏନ୍‌ସରେ ଆମେ ଅନେକ ଦଶନ୍ଧୀ ଧରି ସାଉଦି ଆରବ ସାମ୍ରାଜ୍ୟ ସହ ସୂଦୀର୍ଘ ଏବଂ ବେଶ୍ ଫଳପ୍ରଦ ସମ୍ପର୍କର ଆନନ୍ଦ ନେଇଛୁ । ତୈଳ ଅର୍ଥନୀତି ଠାରୁ ଏହି ସମ୍ପର୍କ ଏବେ ଭାରତର ନୂଆ ତୈଳ ଅର୍ଥାତ୍ ଡାଟା ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରିବା ଆଡ଼କୁ ଅଗ୍ରସର ହୋଇଛି, ଯାହା ଜିଓ ପ୍ଲାଟଫର୍ମସ୍‌ରେ ପିଆଇଏଫ୍‌ର ନିବେଶରୁ ସ୍ପଷ୍ଟ ଜଣାପଡ଼ୁଛି । ସାଉଦି ଆରବ ସାମ୍ରାଜ୍ୟର ଅର୍ଥନୈତିକ ପୁନର୍ବିନ୍ୟାସକୁ ଆଗକୁ ବଢ଼ାଇବାରେ ପିଆଇଏଫ୍ ନିର୍ବାହ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୁମିକା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ଜିଓ ପ୍ଲାଟଫର୍ମସ୍‌ର ମୂଲ୍ୟବାନ ସହଯୋଗୀ ଭାବେ ମୁଁ ପିଆଇଏଫ୍‌କୁ ସ୍ୱାଗତ କରୁଛି ଏବଂ ଆମେ ୧୩୦ କୋଟି ଭାରତୀୟଙ୍କ ଜୀବନକୁ ସମୃଦ୍ଧ ଓ ସଶକ୍ତ କରିବା ଲାଗି ଭାରତର ଡିଜିଟାଲ୍ ପରିବର୍ତନ ଓ ପୁନର୍ବିନ୍ୟାସ ପାଇଁ ଯେଉଁ ମହତ୍ୱକାଂକ୍ଷୀ ଲକ୍ଷ୍ୟ ରଖିଛୁ ସେଥିପ୍ରତି ଏହା ଦୀର୍ଘକାଳୀନ ସମର୍ଥନ ଓ ମାର୍ଗଦର୍ଶନ ପ୍ରଦାନ କରିବ ବୋଲି ଆଶା ରଖିଛୁ ।’’

ପିଆଇଏଫ୍‌ର ଗଭର୍ଣ୍ଣର ମହାମହିମ ମାନ୍ୟବର ୟାସିର ଅଲ୍‌-ରୁମାୟାନ୍‌, କହିଛନ୍ତି ଯେ, “ଭାରତରେ ପ୍ରଯୁକ୍ତି କ୍ଷେତ୍ରର ପରିବର୍ତନ ଓ ପୁନର୍ବିନ୍ୟାସରେ ଅଗ୍ରଣୀ ଭୁମିକା ନିର୍ବାହ କରୁଥିବା ଏକ ଅଭିନବ ବ୍ୟବସାୟରେ ପୁଞ୍ଜିନିବେଶ କରୁଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଆମେ ବିଶ୍ୱାସ କରୁଛୁ ଯେ ଭାରତୀୟ ଡିଜିଟାଲ୍ ଅର୍ଥନୀତିରେ ରହିଥିବା ସୁଯୋଗ ବେଶ ଉତ୍ସାହଜନକ ଓ ସେହି ଅଭିବୃଦ୍ଧିରେ ସାମିଲ୍ ହେବା ଲାଗି ଜିଓ ପ୍ଲାଟଫର୍ମସ୍ ଆମକୁ ଏକ ପ୍ରକୃଷ୍ଟ ସୁଯୋଗ ଆଣିଦେଇଛି । ସାଉଦି ଆରବ ସାମ୍ରାଜ୍ୟର ଜାତୀୟ ସଂପତିର ସୁରକ୍ଷା ଓ ଅଭିବୃଦ୍ଧି ଲାଗି ଆମର ରହିଥିବା ଲକ୍ଷ୍ୟ ଅନୁସାରେ ସାଉଦି ଆରବ ଅର୍ଥନୀତି ଓ ଆମ ଦେଶର ନାଗରିକମାନଙ୍କ ଲାଭ ପାଇଁ ଏହି ପୁଞ୍ଜିନିବେଶ ଆମକୁ ଦୀର୍ଘମିଆଦୀ ବାଣିଜ୍ୟିକ ଲାଭ ପ୍ରଦାନ କରିବ ।’’

ଏହି ସହଭାଗିତା ଭାରତୀୟ ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଂଜୁରି ଉପରେ ନିର୍ଭରଶୀଳ ।
ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.