Latest Odisha News

BREAKING NEWS

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଯାଜପୁର ଜିଲ୍ଲାରେ ସରଗରମ ହୋଇପଡ଼ିଛି ରାଜନୀତି

ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହୋଇପଡ଼ିଛି ରାଜନୀତି । ଗାଁ ଗାଁରେ ନିର୍ବାଚନୀର ମାହୋଲ । ସବୁଠି ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା । ଯାଜପୁର ଜିଲ୍ଲାରେ ଫେବୃଆରୀ ୧୬ତାରିଖରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ୧୬, ୧୮, ୨୦, ୨୨ତାରିଖ ଦିନ ଜିଲ୍ଲାର ୧୦ଟି ବ୍ଲକ ୩୧୧ଟି ପଞ୍ଚାୟତର ୩୯ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ । ଜିଲ୍ଲାରେ ଚାଲିଛି ନାମାଙ୍କନ ପ୍ରକ୍ରିୟା ।

ଏଣେ ଆଗକୁ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ୩ ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି କସରତ । ଚଳିତବର୍ଷ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରିଛି ବିଜେପି । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ନିର୍ବାଚନୀ ଋଣନୀତି ପାର କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।

ଗତବର୍ଷ ଜିଲ୍ଲାର ମୋଟ୍ ୩୯ଟି ଜିଲ୍ଲା ପରିଷଦ ଜୋନରୁ ୬ଟି ଆସନକୁ ଦଖଲ କରିଥିଲା ବିଜେପି । ହେଲେ ଏଥର ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ୬ ଜିଲ୍ଲା ପରିଷଦ ସସଦ୍ୟଙ୍କ ମଧ୍ୟରୁ ୫ଜଣ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବରୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ଏବଂ ଧର୍ମଶାଳା ବିଜେପି ବିଧାୟକ ପ୍ରାର୍ଥୀ ରମେଶ ପରିଡ଼ା ବିଜେଡ଼ିରେ ସାମିଲ ହେବା ପରେ ବିଜେଡ଼ିର ସଂଗଠନ ସୁଦୃଢ଼ ହୋଇଥିବା କୁହାଯାଇଛି । ଏପଟେ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା ଲକ୍ଷ୍ୟରେ ରହିଛନ୍ତି ଭୋଟର । ଅନ୍ୟପଟେ ନିର୍ବାଚନୀ ଋଣନୀତିରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ବିଜେଡ଼ି ।

Comments are closed, but trackbacks and pingbacks are open.