Latest Odisha News

BREAKING NEWS

ଜୁନ ୨୧ ପରିବର୍ତ୍ତେ ୨୬ରେ ସମସ୍ତ ସ୍କୁଲ ଖୋଲିବ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳଗୁଳିର ପ୍ରବାହ ହ୍ରାସ ହେବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ରାଜ୍ୟରେ ରୌଦ୍ରତାପ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଜୁନ ୨୧ ବଦଳରେ ଜୁନ ୨୬ ତାରିଖରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 

 

ଦିନକୁ ଦିନ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଯୋଗୁଁ ତଥା ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରୀଷ୍ମାବକାଶକୁ ଆହୁରି ୫ ଦିନ ବୃଦ୍ଧି କରିଛନ୍ତି । ତେଣୁ ସ୍କୁଲ ଗୁଡ଼ିକ ୨୧ ତାରିଖ ବଦଳରେ ଆସନ୍ତା ୨୬ ତାରିଖରେ ଖୋଲିବାକୁ ସ୍ଥିର ହୋଇଛି ।

Leave A Reply

Your email address will not be published.