Latest Odisha News

BREAKING NEWS

ଜୁନ ୨୭ ପରେ ବୃଦ୍ଧି ପାଇବ ମୌସୁମୀ ଜନିତ ବର୍ଷା

ଭୁବନେଶ୍ୱର : ପ୍ରବଳ ଗରମ ଓ କ୍ରମାଗତ ତାପମାତ୍ରା ବୃଦ୍ଧି ଯୋଗୁଁ ତ୍ରାହି ତ୍ରାହି ଡ଼ାକିଲେଣି ରାଜ୍ୟବାସୀ । ରାଜଧାନୀ ଭୁବନେଶ୍ୱରରେ ଗତ ୩ ଦିନ ହେଲା ୪୨ ଡ଼ିଗ୍ରୀରୁ କମୁନଥିବା ବେଳେ ଏପଟେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ନା’ଗନ୍ଧ ନାହିଁ । ରୌଦ୍ରତାପ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଛି । ତେବେ ସୋଆ ୟୁନିଭର୍ସିଟିର ପରିବେଶ ଓ ପାଣିପାଗ କେନ୍ଦ୍ରର କହିବାନୁଯାୟୀ ଜୁନ ୨୭ ପରେ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ଅନୁଭୁତ ହେବା ସହିତ ବର୍ଷା ବୃଦ୍ଧି ପାଇବ ।

ସୋଆ ୟୁନିଭର୍ସିଟିସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏସ ସି ସାହୁଙ୍କ ସୂଚନାନୁଯାୟୀ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ପଶ୍ଚିମରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବା ଯୋଗୁଁ ଲଘୁଚାପ ସୃଷ୍ଟି ହେବ ।

Leave A Reply

Your email address will not be published.