Latest Odisha News

BREAKING NEWS

ତିତଲି ବାତ୍ୟା: ବାତିଲ୍ ହେଲା ସମସ୍ତ କଲେଜ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସମସ୍ତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭୟଙ୍କର ବାତ୍ୟା ‘ତିତଲି’ ପ୍ରଭାବିତ ହେଉଥିବା ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାରଙ୍କ ଉପ-ମୁଖ୍ୟ ସଚିବ ପାର୍ଥସାରଥୀ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ ତଥା ରାଜ୍ୟର ସମସ୍ତ କଲେଜକୁ ନୋଟିସ ଜାରି କରିଛନ୍ତି ।

ବାତ୍ୟା ଯୋଗୁଁ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ, ସମସ୍ତ ମହାବିଦ୍ୟାଳୟ, ସମସ୍ତ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତଥା ସମସ୍ତ ସରକାରୀ/ବେସରକାରୀ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଦ୍ୱାରା ଛାତ୍ରସଂସଦ ନିର୍ବାଚନ ବାତିଲ ହୋଇଥିବା ସୂଚନା ଦେଇଛନ୍ତି ।

ଗୁରୁବାର ସକାଳେ ବାତ୍ୟା ତିତଲିର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୧୫୦ରୁ ୧୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ଏକ ଜରୁରୀ ସଚିବସ୍ତରୀୟ ବୈଠକ ଡ଼କାଇଛନ୍ତି । ଜିଲ୍ଲାର ସମସ୍ତ ଜିଲ୍ଲାପାଳମାନଙ୍କୁ ଏଥିଲାଗି ସତର୍କ ରହି ମୁକାବିଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.