Latest Odisha News

BREAKING NEWS

ତିତଲି ବାତ୍ୟା: ପଲାସାରେ ସ୍ଥଳଭାଗ ଛୁଇଁଲା, ଗୋପାଳପୁରରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର: ଭୟଙ୍କର ରୂପ ଧାରଣ କରି ଓଡ଼ିଶାମୁହାଁ ବାତ୍ୟା ‘ତିତିଲି’ ଗୋପାଳପୁର ଉପକୂଳ ଠାରୁ ଦକ୍ଷିଣ-ପଶ୍ଚିମ ସ୍ଥାଳଭାଗ ପଲାସା ନିକଟରେ ଛୁଇଁଲା । ଏବେ ଗୋପାଳପୁର ଏବଂ ତାହାର ଆଖପାଖ ଅଞ୍ଚଳରେ ବାତ୍ୟା ତିତଲି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି ।

‘ତିତଲି’ ବାତ୍ୟା ଗୋପାଳପୁରରେ ସକାଳ ୫.୩୦ରେ ସ୍ଥଳଭାଗ ଛୁଇଁଲା ସମୟରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ବହୁଥିଲା । ଫଳରେ ଗୋପାଳପୁର ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ବାତ୍ୟା ‘ତିତଲି’ର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହି ଗଛ ଓ ବିଦ୍ୟୁତଖୁଣ୍ଟ ଉପୁଡ଼ିଯାଇଥିଲେ ମଧ୍ୟ ଝଡ଼ତୋଫାନ ଯୋଗୁଁ କୌଣସି ଜୀବନହାନୀ ହୋଇଥିବାର ଖବର ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ବାତ୍ୟା ‘ତିତଲି’ର ପ୍ରଭାବରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ କରିବା ସହିତ ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ବ୍ୟାହତ ହୋଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଅନେକ ସ୍ଥାନରେ ଚାଳଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେକ ଘରର ଆଜବେଷ୍ଟସ ଉଡ଼ିଯାଇଛି । ଅନେକ ସ୍ଥାନରେ ବତୀଖୁଣ୍ଟ ଭାଙ୍ଗିଯାଇଥିବାର ମଧ୍ୟ ସୂଚନା ମିଳିଛି ।

ସେହିପରି ଗଜପତି ଜିଲ୍ଲାରେ ବାତ୍ୟା ‘ତିତଲି’ ଯୋଗୁଁ ଜୋରରେ ପବନ ବହିବା ସହିତ ଅନେକ ଗଛ ଭାଙ୍ଗିଯାଇଛି ।

ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ଲାଗିରହିଥିବାର ସୂଚନା ମିଳିଛି । ଅନେକ ଜିଲ୍ଲାରେ ସକାଳୁ ପାଗ କୋହଲା ରହିବା ସହିତ ସାମାନ୍ୟ ଧରଣର ବର୍ଷା ହୋଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.