Latest Odisha News

BREAKING NEWS

୧୭ରେ ଓଡ଼ିଶା ଆସୁଛନ୍ତି ଅଭିନେତ୍ରୀ ହେମା ମାଳିନୀ

ଭୁବନେଶ୍ବର: ଗଣନ୍ତ୍ରର ମହାପର୍ବ ପାଇଁ ନେତା ମାନଙ୍କର ପ୍ରସ୍ତୁତି ଜୋରଦାର । ଏହି ମଧ୍ୟରେ ବିଜେପିର ସ୍ପେଶାଲ ଫୋକସ୍ ରହିଛି ଓଡ଼ିଶା ଉପରେ । ସେଥିପାଇଁ ବିଜେପି ନେତାମାନେ ଓଡିଶା ମୁହାଁ ହୋଇଛନ୍ତି । ଆଜି ଅର୍ଥାତ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜେ.ପି ନଡ୍ଡା ଓଡିଶା ଆସୁଥିବାବେଳେ ମେ ୧୭ରେ ଓଡ଼ିଶା ଆସୁଛନ୍ତି ଅଭିନେତ୍ରୀ ହେମା ମାଳିନୀ ।

ସେ ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ ।ଉତ୍ତର ଭୁବନେଶ୍ବର, କଟକ କିଶନନଗରରେ ପ୍ରଚାର କରିବା ସହ ପିପିଲିରେ ରୋଡ ଶୋ କରିବେ ହେମା ମାଳିନୀ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ସେହିପରି  କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ସୋରଡାରେ ସାଧାରଣ ସଭାରେ ଯୋଗ ଦେବା ସହ କଟକରେ ରୋଡ ଶୋ କରିବେ ।

 

Leave A Reply

Your email address will not be published.