Latest Odisha News

BREAKING NEWS

ସର୍ଭେ, ୬୦% ପିଲା ଚାଲିଚାଲି ଯାଉଛନ୍ତି ସ୍କୁଲ

ନୂଆଦିଲ୍ଲୀ: ଦେଶ ଆଜି ବିକାଶ ପଥରେ କିନ୍ତୁ ଶିକ୍ଷାନୁଷ୍ଠନ ଯିବା ପାଇଁ ଛାତ୍ରଛାତ୍ରରଙ୍କ ପ୍ରଥମ ପସନ୍ଦ ପାଲଟିଛି ପାଦ ଚଲାବାଟ । ସେହିପରି ଦ୍ୱିତୀୟ ପସନ୍ଦ ରହିଛି ସାଧାରଣ ପରିବହନ ସେବା । ଏହାକୁ ନେଇ ଏକ ସର୍ଭେ କରିଛି ଜାତୀୟ ପରିସଂଖ୍ୟାନ ସଂଗଠନ(ଏନ୍‌ଏସ୍‌ଓ) । ଏହି ସର୍ଭେ ଉଭୟ ଗ୍ରାମାଂଚଳ ଓ ସହରାଂଚଳକୁ ନେଇ ହେଇଛି । ଏହି ସର୍ଭେରୁ ଜଣାପଡିଛି ଯେ, ଅଧିକାଂଶ ଗ୍ରାମାଂଚଳରେ ଛାତ୍ରଙ୍କ ତୁଳନାରେ ଛାତ୍ରୀସଂଖ୍ୟା ଅଧକ ରହିଛି । ସେହିପରି  ଦେଶର ୫୯.୭ % ଛାତ୍ର ସ୍କୁଲକୁ ଚାଲିଚାଲି ଯାଉଛନ୍ତି। ସେହିପରି ୬୨%ରୁ ଅଧିକ ଛାତ୍ରୀ ଚାଲିଚାଲି ସ୍କୁଲକୁ ଯାଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଏହି ସଂଖ୍ୟା ଗ୍ରାମାଞ୍ଚଳରେ ଅଧିକ ବୋଲି ଏନଏସଓ କହିଛି।

ଯଦି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରିପୋର୍ଟକୁ ଦେଖିବା ତାହେଲେ ସେତେଟା କିଛି ପାର୍ଥକ୍ୟ ନାହିଁ। ଗ୍ରାମାଞ୍ଚଳରେ ୬୧.୪ % ଛାତ୍ର ଚାଲିଚାଲି ସ୍କୁଲକୁ ଯାଉଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ରହିଛି ୬୬.୫ % । ସେହିପରି ସହରାଞ୍ଚଳରେ ଏହା ଯଥାକ୍ରମେ ୫୭.୯% ଏବଂ ୬୨ % ରହିଛି।

ଗ୍ରମାଞ୍ଚଳରେ ୬୮% ପରିବାର ଏବଂ ସହରାଞ୍ଚଳର ୮୦% ପରିବାର ଗୋଟିଏ କିଲୋମିଟର ମଧ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ରିପୋର୍ଟରେ କୁହାଯାଇଛି। କିନ୍ତୁ ସହରାଞ୍ଚଳର ୭୦% ପରିବାର ଏବଂ ଗ୍ରାମାଞ୍ଚଳରେ ୩୮% ପରିବାର ସମାନ ଦୂରତାରେ ମାଧ୍ୟମିକ ବିଦ୍ୟାଳୟ ପାଇଛନ୍ତି।

ସ୍କୁଲ ଯିବାର ଦ୍ୱିତୀୟ ପସନ୍ଦଯୋଗ୍ୟ ରହିଛି  ସର୍ବସାଧାରଣ ପରିବହନ ବ୍ୟବସ୍ଥା । ଦେଶର ୧୨.୪ % ଛାତ୍ର ଏହାକୁ ବ୍ୟବହାର କରନ୍ତି। ଗ୍ରାମାଞ୍ଚଳରେ ୧୧.୩ % ଛାତ୍ର ବିଦ୍ୟାଳୟକୁ ଯିବା ପାଇଁ ସାଧାରଣ ପରିବହନ ବ୍ୟବହାର କରନ୍ତି। ସହରାଞ୍ଚଳରେ ୧୫.୩ % ରହିଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ରିହାତି ଭଡା ଗ୍ରହଣ କରୁଥିବା ଛାତ୍ରମାନଙ୍କ ମଧ୍ୟରୁ ୪୮.୩ ପ୍ରତିଶତ ଲୋକ ସାଧାରଣ ପରିବହନ ବ୍ୟବହାର କରିଛନ୍ତି। ଗ୍ରାମାଞ୍ଚଳର ୫୧.୩ ପ୍ରତିଶତ ପିଲା ଏବଂ ସହରାଞ୍ଚଳର ୪୨.୭ ପ୍ରତିଶତ ପିଲା ଏହି ବ୍ୟବସ୍ଥାର ସୁଯୋଗ ନେଇଛନ୍ତି।

ଛାତ୍ରମାନଙ୍କ ଘର ଏବଂ ବିଦ୍ୟାଳୟ ମଧ୍ୟରେ ଦୂରତା ମଧ୍ୟ ଅଧ୍ୟୟନ କରାଯାଇଛି । ଗ୍ରାମାଞ୍ଚଳର ୯୨.୭ % ପରିବାର ଘରର ୧ କିଲୋମିଟର ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ଉପଲବ୍ଧ ବୋଲି ଜଣାପଡ଼ିଛି। ସହରାଞ୍ଚଳରେ ଏହି ସଂଖ୍ୟା ୮୨.୭% ରହିଛି।

Leave A Reply

Your email address will not be published.