Latest Odisha News

BREAKING NEWS

୨୬ ବର୍ଷ ପରେ ବୁବ୍‌କାଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ଡୁପ୍ଲାଟିଂସ

ନୂଆଦିଲ୍ଲୀ: ୨୬ ବର୍ଷ ପରେ ସ୍ୱିଡେନର ଆରମଣ୍ଡ ଡୁପ୍ଲାଟିଂସ ପୋଲ ଭୋଲ୍ଟରେ ୟୁକ୍ରେନର ସର୍ଗେଇ ବୁବକାଙ୍କ ବିଶ୍ୱ ରେକର୍ଡ ଭଙ୍ଗ କରିଛନ୍ତିି । ରୋମରେ ଚାଲିଥିବା ଗୋଲ୍ଡେନ ଗାଲା ପିଏଟ୍ରୋ ମିନିଆ ମିଟରେ ସେ ୬.୧୫ ମିଟର ଉଚ୍ଚତାକୁ ପାର କରି ଏହି କୀର୍ତିମାନ ସ୍ଥାପନ କରିଥିଲେ । ସେ ଦ୍ୱିତୀୟ ପ୍ରୟାସରେ ଏହି ସଫଳତା ହାସଲ କରିଥିଲେ ।

ବୁବକା ୨୦୧୪ ଜୁଲାଇରେ ସେଷ୍ଟ୍ରିଏରା ମିଟରେ ୬.୧୪ ମିଟର ଉଚ୍ଚତାକୁ ଡେଇଁ ବିଶ୍ୱରେକର୍ଡ ସ୍ଥାପନ କରିଥିଲେ । ପୂର୍ବରୁ ଇନଡୋରରେ ସେ ଦୁଇଥର ବିଶ୍ୱ କୀର୍ତିମାନ ଭଙ୍ଗ କରିଛନ୍ତି । ଗ୍ଲାସଗୋରେ ସେ ୬.୧୮ ମିଟର ଉଚ୍ଚତା ଅତିକ୍ରମ କରି ଇନଡୋରରେ ନୂତନ ରେକର୍ଡ ସ୍ଥାପନ କରିଛନ୍ତି ।

Leave A Reply

Your email address will not be published.