Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ କଥା ରଖିଲେନି ଆନ୍ଦୋଳନରତ ଚାଷୀ, ୧୩୩୮ ମୋବାଇଲ ଟାୱାର ସେବା ବନ୍ଦ

ଚଣ୍ଡୀଗଡ:ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂଙ୍କ କଥା ରଖିଲେନି ଆନ୍ଦୋଳନରତ କୃଷକ । ମୁଖ୍ୟମନ୍ତ୍ରୀ ମୋବାଇଲ ସେବା ବନ୍ଦ ନ କରିବା ପାଇଁ ଆନ୍ଦୋଳନକାରୀଙ୍କୁ କହିଥିଲେ । ମାତ୍ର ସେମାନେ ୧୩୩୮ ମୋବାଇଲ ଟାୱାରର ସେବା ବନ୍ଦ କରିଛନ୍ତି । ମୋବାଇଲ ସେବା ବନ୍ଦ ହେଲେ ସାଧାରଣ ଜନତା ଏବଂ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ । କୃଷି ଏବଂ କରୋନା ମହାମାରୀ ମୁକାବିଲାରେ ବ୍ୟାଘାତ ସୃଷ୍ଟି ହେବ । ଚାଷୀମାନେ ଶାନ୍ତ ରହି ଏହାର ସରଳ ସମାଧାନ ଖୋଜିବା ଉଚିତ ବୋଲି ସେ ଅନୁରୋଧ କରିଥିଲେ । ଟାୱାର ବନ୍ଦ ପଞ୍ଜାବର ସ୍ୱାର୍ଥ ନୁହେଁ ।

BjdElectrycity

ରବିବାର ସୁଦ୍ଧା ଅଧିକାଂଶ ଜିଓ ଓ ବିଏସଏନଏଲ ଟାୱାର ପ୍ରଭାବିତ ହୋଇଛି । କୃଷି ଆଇନକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଉଛି । ଯାହା କି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ସରକାର ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ଏ ପଯ୍ୟନ୍ତ ସୁଫଳ ମିଳିନି ।

Leave A Reply

Your email address will not be published.