Latest Odisha News

BREAKING NEWS

ସ୍ମାର୍ଟଫୋନରୁ ଟିକଟକ୍ ଡିଲିଟ କରିବାକୁ କର୍ମଚାରୀଙ୍କୁ କହିଲା ଆମାଜନ୍

ଟିକଟକ ପାଇଁ ପୁଣି ଏକ ଅଶୁଭ ଖବର । ଭାରତ ବ୍ୟାନ କରିବା ପରେ ଟିକଟକ ପାଇଁ ଲଗାତାର ଖରାପ ଖବର ହିଁ ସାମାନକୁ ଆସୁଛି । ଏହି ଚାଇନିଜ ଭିଡିଓ ସେୟାର ଆପକୁ ନିଜ ସ୍ମାର୍ଟଫୋନରୁ ହଟାଇବା ପାଇଁ କର୍ମଚାରୀଙ୍କୁ କହିଛି ଆମାଜନ୍ । ସୁରକ୍ଷା କାରଣରୁ କମ୍ପାନୀ ଏଭଳି ପଦକ୍ଷେପ ନେଇଛି ।

ଯେଉଁ ସବୁ ମୋବାଇଲ ଫୋନରେ କମ୍ପାନୀର ଇମେଲ ଆସୁଛି ସେଥିରୁ ଟିକଟକକୁ ତୁରନ୍ତ ଡିଲିଟ କରିବା ପାଇଁ କର୍ମଚାରୀଙ୍କୁ କହିଛି ଆମାଜନ୍ । ପୂର୍ବରୁ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପିୟୋ ବି ପୂର୍ବରୁ ଟିକଟକକୁ ବ୍ୟାନ କରିବା ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଚିନ୍ତା କରୁଥିବା କହିଥିଲେ । ଚୀନ ସହ ଭାରତର ସୀମା ବିବାଦ ପରେ ଆଭ୍ୟନ୍ତରୀଣ ସୁରକ୍ଷା କାରଣରୁ ଟିକଟକ ସମେତ ୫୯ଟି ଚାଇନିଜ୍ ଆପକୁ ବ୍ୟାନ କରିଥିଲେ କେନ୍ଦ୍ର ସରାକାର ।

Leave A Reply

Your email address will not be published.