Latest Odisha News

BREAKING NEWS

ପୁଣି କଙ୍ଗାରୁକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୪ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ଏଥିସହ ଭାରତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପ୍ରବେଶରେ ଆହୁରି ନିକଟତର ହୋଇଛି । ବିଜୟ ଯୋଗୁ ଭାରତ କ୍ରିକେଟର ୩ ଫର୍ମାଟରେ ମଧ୍ୟ ଏକ ନମ୍ବର ହୋଇଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ କରିଥିଲା ବେଳେ ଭାରତ ୨୬୨ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଭ୍ରମଣକାରୀ ଦଳ ୧୧୩ ରନରେ ଅଲଆଉଟ ହୋଇ ଯାଇଥିଲା । ଟ୍ରେଭିସି ହେଡ (୪୩) ଓ ମର୍ନସ ଲାବୁସଚେଗନେ ୩୫ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୭ଟି ଓ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ୱିକେଟ ନେଇଥିଲେ ।

୧୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ଚେତେଶ୍ୱର ପୂଜାରା ୩୧ ଓ ଏସ.ଭରତ ୨୩ ରନ କରି ଅପରାଜିତ ରହିଥିଲେ । ରୋହିତ ଶର୍ମା ୩୧, କେଏଲ ରାହୁଲ ୧, ବିରାଟ କୋହଲି ୨୦ ଓ ଶ୍ରେୟାଶ ଆୟାର ୧୨ ରନ କରିଥିଲେ । ନାଥାନ ଲାୟନ ୨ଟି ୱିକେଟ ନେଇଥିଲେ । ଏହି ମ୍ୟାଚରେ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୫ ହଜାର ରନ କରିବାରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।

Leave A Reply

Your email address will not be published.