Latest Odisha News

BREAKING NEWS

ପିଏମ୍ ମୋଦିଙ୍କୁ କାହିଁକି ହଟାଇବାକୁ ଚାହୁଁଛନ୍ତି ଆମେରିକୀୟ ଅରବପତି ଜର୍ଜ ସୋରୋସ ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରେ ଖସି ଚାଲିଛି ଆଦାନୀଙ୍କ ସମ୍ପତ୍ତି । ଯାହାକୁ ନେଇ ଆମେରିକାର ଅରବପତି ବ୍ୟବସାୟୀ ଜର୍ଜ ସୋରୋସ ପିଏମ୍ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଦାବି କରି କହିଛନ୍ତି, ଆଦାନୀଙ୍କ ପ୍ରସଙ୍ଗରେ ଭାରତରେ ଏକ ବଡ଼ ଗଣତାନ୍ତ୍ରିକ ପରିବର୍ତ୍ତନ ହେବ ।

ଜର୍ଜ ସୋରୋସ ଆହୁରି କହିଛନ୍ତି, ଆଦାନୀଙ୍କ ସମ୍ପତ୍ତି ଖସିବା ପରେ ନିବେଶକଙ୍କ ଭରସା ଭାଙ୍ଗି ଯାଇଛି । ମୋଦି ଓ ଆଦାନୀ ଉଭୟ ଉଭୟଙ୍କ ସହଯୋଗୀ । ଆଦାନୀ ଷ୍ଟକ ମାର୍କେଟର ନିୟମ ଉଲ୍ଲଂଘନ କରିଛନ୍ତି । ପୂରା ପ୍ରସଙ୍ଗରେ ଦେଶର ପ୍ରଧାନମନ୍ତ୍ରୀ ମୋଦି କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି । କହିଛନ୍ତି, ମୋଦି ଏଭଳି ମୌନ ରହିବା ଭାରତରେ ସଂଘୀୟ ସରକାରକୁ ଆହୁରି ଦୁର୍ବଳ କରି ଦେବ । ମୁଁ ଆଶା କରୁଛି ଭାରତରେ ଏକ ଗଣତାନ୍ତ୍ରିକ ପରିବର୍ତ୍ତନ ଆସିବ ।

ସୋରୋସଙ୍କ ଏଭଳି ମନ୍ତବ୍ୟର କଡ଼ା ଜବାବ ଦେଇଛି ବିଜେପି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦଖଲ ଦେବା ପାଇଁ ବିଦେଶ ମାଟିରୁ ଷଡ଼ଯନ୍ତ୍ର ହେଉଛି । ଜର୍ଜ ସୋରୋସ ଭାରତର ଗଣତନ୍ତ୍ରରେ ଦଖଲ ଦେବାକୁ ଉଦ୍ୟମ କରୁଥିବା ଓ ମୋଦି ତାଙ୍କ ଟାର୍ଗେଟରେ ଥିବା କହିଛନ୍ତି ସ୍ମୃତି ଇରାନୀ ।

ଅନ୍ୟପଟେ କଂଗ୍ରେସ ବି ସୋରୋସଙ୍କ ମନ୍ତବ୍ୟକୁ ନିନ୍ଦା କରିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଭାରତର ଗଣତନ୍ତ୍ର ସହ ସୋରୋସଙ୍କ କୌଣସି ସମ୍ପର୍କ ନାହିଁ । ଆଦାନୀ ଦୁର୍ନୀତି ଦେଶରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିବ କି ନାହିଁ ତାହା ଦେଶର ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ଭର କରେ ।

ତେବେ ଏହା ପ୍ରଥମଥର ନୁହେଁ । ଏହା ପୂର୍ବରୁ ୨୦୨୦ ବିଶ୍ୱ ଅର୍ଥନୈତି ଫୋରମରେ ସୋରୋସ ମୋଦିଙ୍କୁ ସମାଲୋଚନା କରିଥିଲେ । କହିଥିଲେ, କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ମୋଦିଙ୍କ ନେତୃତ୍ୱାଧୀନ ଭାରତ ସରକାର ନିଷ୍ଠୁର ବ୍ୟବସ୍ଥା ଆଡ଼କୁ ଯାଉଛି ।

Leave A Reply

Your email address will not be published.