Latest Odisha News

BREAKING NEWS

ଭାଗ୍ୟ ହେବ ଏମିତି! ମଝି ସମୁଦ୍ରରେ ତିମି ମୁହଁରୁ ବଞ୍ଚି ଆସିଲେ ଯୁବକ

ନୂଆଦିଲ୍ଲୀ: ସମୁଦ୍ରରେ କାୟାକିଂ(Kayaking) ଯାତ୍ରା କରିବା ଅତ୍ୟନ୍ତ ରୋମାଞ୍ଚକର ଅଟେ । କିନ୍ତୁ ସମୁଦ୍ର ଭିତରେ ଏହି ରୋମାଞ୍ଚକର ଯାତ୍ରା କେତେବେଳେ ବିପଦକୁ ଆମନ୍ତ୍ରଣ କରିଥାଏ ତାହା କହେ କହି ପାରିବେ ନାହିଁ । ସେହିପରି ଏକ ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସମୁଦ୍ରରେ କାୟାକିଂ କରୁଥିବାବେଳେ ଏକ ତିମି ଆସି ଜଣେ ଯୁବକଙ୍କୁ ଡଙ୍ଗା ସହିତ ଗିଳି ଦେଇଥିଲା । କିନ୍ତୁ ସୌଭାଗ୍ୟବଶତଃ ତିମି ଗିଳିବା ପରେ ହିଁ ସଙ୍ଗେ ସଙ୍ଗେ ବାହାର କରି ଦେଇଥିଲା । ଫଳରେ ଯୁବକଙ୍କ ଜୀବନ ବଞ୍ଚି ଯାଇଛି । କିନ୍ତୁ ଏହି ଭୟଙ୍କର ଘଟଣା ସତରେ ସମସ୍ତଙ୍କୁ ଚକିତ କରି ଦେଇଛି ।

https://x.com/TrueCrimeUpdat/status/1889957799179985142

ଚିଲି ଦକ୍ଷିଣ ଆମେରିକାର ଏକ ଦେଶ । ଏହା ଏଣ୍ଡିଜ ପର୍ବତ ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଅବସ୍ଥିତ । ଚିଲିର ବାହିୟା-ଏଲ୍-ଗୁଇଲାରେ ପିତା ଡେଲ ଏବଂ ତାଙ୍କ ପୁଅ ଏଡ୍ରିୟନ୍ ସମୁଦ୍ରରେ କାୟାକିଂ କରିବାକୁ ଯାଇଥିଲେ। ପୁଅ କାୟାକିଂ ଉପଭୋଗ କରୁଥିଲେ । ସେହି ସମୟରେ ତାଙ୍କ ପିତା ଅନ୍ୟ କାୟାକର ଉପରେ ରହି ଭିଡଓ କରୁଥିଲେ। କିନ୍ତୁ ତା’ପରେ ଏପରି ଏକ ଘଟଣା ଘଟିଥିଲା ​​ଯାହା ସେମାନେ କେବେ ଚିନ୍ତା କରି ନଥିଲେ। ଏକ ତିମି ଆସି ତାଙ୍କ ପୁଅକୁ ତାଙ୍କ ଡଙ୍ଗା ସହିତ ଗିଳି ଦେଇଥିଲା। ଡେଲଙ୍କୁ ଲାଗିଥିଲା, ସେ ନିଜ ପୁଅକୁ ସବୁଦିନ ପାଇଁ ହରେଇ ଦେଲେ । କିନ୍ତୁ ସଙ୍ଗେ ସଙ୍ଗେ ବିଶାଳକାୟ ତିମି ପାଟିରୁ ତାଙ୍କ ପୁଅକୁ ବାହାର କରି ଦେଇଥିଲା। ସେଠାରେ ଭିଡିଓ କରୁଥିବା ଡେଲ ଜଣକ ପୁଅର ଜୀବନ ରକ୍ଷା କରିଥିଲେ। ମୃତ୍ୟୁକୁ ଅତି ନିକଟରୁ ଦେଖି ପୁଣି ପରେ ଜୀବନ୍ତ ଆସିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଏତେବଡ଼ ଦୁର୍ଘଟଣାରେ ମୃତ୍ୟୁମୁଖରୁ ଫେରିବା ପରେ ଏଡ୍ରିୟନ୍ କହିଛନ୍ତି, ତିମି ଗିଳିବା ପରେ ମୋତେ ଲାଗିଲା ମୁଁ ମରିଗଲି । ତିମି ମୋତେ ଗିଳିବା ପରେ ହିଁ ସଙ୍ଗେ ସଙ୍ଗେ ବାହାର କରି ଦେଇଥିଲା । ଯେତେବେଳେ ପାଣିକୁ ଆସି ମୁଁ ଭାସିଲି ତ ଡର ଲାଗିଲା କି ମୋ ବାପାଙ୍କର କିଛି ହୋଇ ନଥାଉ । ଆଉ ପାଣିରେ କିଛି ସମୟ ରହିବା ପରେ ଏଡ୍ରିୟନ୍ ତାଙ୍କ ବାପାଙ୍କ ପାଖରେ ସୁରକ୍ଷିତ ପହଞ୍ଚିଥିଲେ ।

ସେହି ଭୟାନକ ଦୃଶ୍ୟକୁ ସ୍ମରଣ କରି ଏଡ୍ରିୟନ୍ କହିଛନ୍ତି, ମୁଁ ମୋ ଚେହେରାରେ ଲାଳୁଆ ପଦାର୍ଥ ଭଳି ଅନୁଭବ କଲି । ଗାଢ ନୀଳ, ଧଳା ରଙ୍ଗ ଦେଖିଲି ଏବଂ ଅନୁଭବ କଲି ଯେ ପଛରୁ କିଛି ଆସୁଛି ଏବଂ ମୁଁ ମରିବାକୁ ଯାଉଛି ।

ସୂଚନାଥାଉକି, ତେବେ ଉଭୟ ପିତା ଏବଂ ପୁଅ ତିମି ଆକ୍ରମଣରୁ ବଞ୍ଚି ଗଲେ ଏବଂ ସଫଳତାର ସହିତ ସମୁଦ୍ର କୂଳରେ ପହଞ୍ଚିଯାଇଥିଲେ ।

 

Comments are closed.