Latest Odisha News

BREAKING NEWS

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ବାୟାଗୁଡା ଗ୍ରାମରେ ଚାଞ୍ଚଲ୍ୟ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ଉଦ୍ଧାର କରିଛି ଗୁଣୁପୁର ପୋଲିସ । ମୃତ ମହିଳା ଜଣକ ଗୁଣୁପୁରର ସନ୍ତୋସି ବାଉରୀ ବୋଲି ଜଣାପଡିଛି ।

ବାୟାଗୁଡା ଗ୍ରାମର ସୁରେନ୍ଦ୍ର ଶବର ଙ୍କୁ ସେ ବିବାହ କରିଥିଲେ । ଉଭୟ ପ୍ରେମବିବାହ କରିଥିବା ବେଳେ ଝିଅ ଘର ତରଫରୁ ଯୌତୁକ ଇତ୍ୟାଦି ପ୍ରଦାନ କରାଯାଇଥିଲା । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା ବୋଲି ଝିଅ ଘର ପକ୍ଷରୁ କୁହାଯାଇଛି । ସୁରେନ୍ଦ୍ର ଅନ୍ୟ ଝିଅ ସହ ସମ୍ପର୍କ ରଖିଥିବା ଓ ପତ୍ନୀ ଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ମୃତ ମହିଳାଙ୍କ ମାଆ ଅଭିଯୋଗ କରିଛନ୍ତି ।

ତେବେ ଗଳା ଚିପି ହତ୍ୟା କରି ସୁରେନ୍ଦ୍ର ଆତ୍ମହତ୍ୟା ର ରୂପ ଦେଉଥିବା ଅଭିଯୋଗ ଆଣିଛନ୍ତି ସନ୍ତୋଷୀ ଙ୍କ ପରିବାର ଲୋକେ । ଖବରପାଇ ଗୁଣୁପୁର ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ସମେତ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ ଘଟଣା ସାମ୍ନାକୁ ଆସିବ ।

Leave A Reply

Your email address will not be published.