Latest Odisha News

BREAKING NEWS

ଆସିବେ ରାମାୟଣର ରାମ,ଓଡ଼ିଶାରେ କରିବେ ପ୍ରଚାର

ଭୁବନେଶ୍ବର: ଆସନ୍ତା କାଲି ଓଡ଼ିଶା ଆସିବେ ବିଜେପି ନେତା ଅରୁଣ ଗୋଭିଲ । ଅରୁଣ ଗୋଭିଲ ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀ ରାମଙ୍କ ଚରିତ୍ରରେ ଅଭିନୟ କରିଥିଲେ । ସେ ରାମଙ୍କ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ବର୍ତମାନ ସେ ରାଜନୀତିରେ ନିଜର ପାଦ ଥାପିଛନ୍ତି ।ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସୁଛନ୍ତି ଅରୁଣ ଗୋଭିଲ ଓଡିଶା।  ସେ ୨୨ତାରିଖରେ ୪ଟି ସଭାରେ ଯୋଗଦେବେ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ ଅରୁଣ ।

ସେହିପରି  ୨୩ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ସଭା କରିବେ ନଡ୍ଡାଙ୍କ । ଚିଲିକା ଏବଂ ସାଲେପୁର କୁଳିଆରେ ଆୟୋଜିତ ଜନସଭାକୁ ସମ୍ବୋଧନ କରିବେ ଯୋଗୀ ଆଦିତ୍ୟନାଥ । ଏହି କାର୍ଯ୍ୟକ୍ରମ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି ।ଏନେଇ ସୁଚନା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ।

Leave A Reply

Your email address will not be published.