Latest Odisha News

BREAKING NEWS

୨୦୨୪ ଜାନୁଆରୀ ପହିଲାରେ ଉଦଘାଟିତ ହେବ ଅଯୋଧ୍ୟା ରାମ ମନ୍ଦିର: ଅମିତ ଶାହ

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ବିଜେପି ପୁଣି ଖେଳିବ ହିନ୍ଦୁତ୍ୱ କାର୍ଡ । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ସେହିବର୍ଷ ଜାନୁଆରୀ ପହିଲାରେ ଅଯୋଧ୍ୟା ରାମ ମନ୍ଦିରର ଲୋକାର୍ପଣ କରାଯିବ । ଆଜି ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ।

ଶାହ କହିଛନ୍ତି, ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ କଂଗ୍ରେସ ବାଧକ ସାଜିଥିଲା । ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ । ୨୦୨୦ ଅଗଷ୍ଟ ୫ ତାରିଖରେ ପିଏମ୍ ମୋଦି ରାମ ମନ୍ଦିର ଲାଗି ଆଧାର ଶିଳା ରଖିଥିଲେ । ୨୦୧୯ରେ ସୁପ୍ରିମକୋର୍ଟ ରାମ ମନ୍ଦିରକୁ ନେଇ ଐତିହାସିକ ରାୟ ଦେଇଥିଲେ ।

ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ତଳ ମହଲାରେ ୧୬୦ଟି ଖମ୍ଭ ରହିଛି । ପ୍ରଥମ ମହଲାରେ ୧୩୨ଟି ଏବଂ ଦ୍ୱିତୀୟ ମହଲାରେ ୭୪ଟି ଖମ୍ଭ ରହିଛି । ଏଥିରେ ୫ଟି ମଣ୍ଡପ ରହିବ । ତାଛଡ଼ା ଶ୍ରଦ୍ଧାଳୁଙ୍କ ଲାଗି ଅଭ୍ୟର୍ଥନା କକ୍ଷ, ମ୍ୟୁଜିୟମ୍, ଅଡିଟୋରିୟମ୍ ସହ ଗୁହାଳ ରହିବ ।

Leave A Reply

Your email address will not be published.