Latest Odisha News

BREAKING NEWS

ବଦଳିଲା ଟୁଇଟରର ଡୋମେନ ନେମ

ନୂଆଦିଲ୍ଲୀ: ୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା କିଣାଯାଇଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବେ ସମ୍ପୂର୍ଣ୍ଣ ରୂପେ ତା’ର ପରିଚୟ ବଦଳାଇଛି। ବିଶ୍ୱର ନମ୍ବର ୱାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ତଥା ପୂର୍ବର ଟୁଇଟରର ଅନେକ ବୈଶିଷ୍ଟ୍ୟ ପୂର୍ବରୁ ପରିବର୍ତ୍ତନ ହୋଇଥିବା ବେଳେ ବର୍ତ୍ତମାନ ଏହାର ଡୋମେନର ପରିବର୍ତ୍ତନ କରାଯାଇଛି। ଏହାର ୱେବସାଇଟ ୟୁଆରଏଲକୁ ଟୁଇଟର ଡଟ କମ ରୁ ଏକ୍ସ ଡଟ କମ କୁ ପରିବର୍ତ୍ତନ କରାଯାଇଛି ।

ସୂଚନା ଅନୁସାରେ, ୨୦୨୨ରେ ଏଲୋନ ମସ୍କ ଟ୍ଵିଟରକୁ ନିଜ ଅଧିନକୁ ଆଣିଥିଲେ । ଏହାପରେ କ୍ରମାଗତ ଭାବରେ ସେତିରେ କିଛି ନା କିଛି ବୈଶିଷ୍ଟ୍ୟ ପରିବର୍ତ୍ତନ ହେବା ଜାରି ରହିଥିଲା । ଗତବର୍ଷ ମସ୍କ ଏହାର ନାମକୁ ବଦଳାଇ ଟ୍ଵିଟରରୁ ଏକ୍ସ କରିଥିଲା । ଏହାପରେ ବଦଳିଥିଲା ଲୋଗୋ । ପୂର୍ବରୁ ନୀଳ ଚଢେଇ ଲୋଗୋ ଥିବା ବେଳେ ତା’କୁ ବଦଳାଇ ଏକ୍ସର ଲୋଗୋ କରାଯାଇଥିଲା । କିନ୍ତୁ ତା’ ୟୁଆରଏଲରେ ପରିବର୍ତ୍ତନ କରାଯାଇନଥିଲା । ଶେଷରେ ଏହାର ୟୁଆରଏଲ ବଦଳାଇଛନ୍ତି ମସ୍କ । ଏଲୋନ ମସ୍କ ନିଜେ ଲୋକଙ୍କୁ ଏନେଇ ସୂଚନା ଦେଇଛନ୍ତି। ସେ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ବର୍ତ୍ତମାନ ସମସ୍ତ କୋର୍‌ ସିଷ୍ଟମ ଗୁଡିକ ଏକ୍ସ ଡଟ୍ କମ୍ କରାଯାଇଛି ।  ପୂର୍ବର ସମସ୍ତ ସିଷ୍ଟମ ଏହି ଏକ୍ସରେ ଉପଲବ୍ଧ ରହିଛି ଏଥିରେ କୌଣସି ପ୍ରକାର ଫିଚର ପରିବର୍ତ୍ତନ ହୋଇନାହିଁ ବୋଲି କହିଛନ୍ତି ମସ୍କ ।

Leave A Reply

Your email address will not be published.