Latest Odisha News

BREAKING NEWS

ଭୋପାଳରେ ଗୃହମନ୍ତ୍ରୀ ଅମିତ ଶାହ, ଜାରି କରିବେ ଶିବରାଜ ସରକାରଙ୍କ ‘ରିପୋର୍ଟ କାର୍ଡ’

ଭୋପାଳ: ଆଗକୁ ଅଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏନେଇ ସମସ୍ତ ଦଳ ହେଉଛନ୍ତି ସଜବାଜ। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏଠାରେ ସେ ମଧ୍ୟପ୍ରଦେଶ ସରକାରଙ୍କ ‘ରିପୋର୍ଟ କାର୍ଡ’ ଜାରି କରିବା ସହ ଗ୍ୱାଲିୟରରେ ବିଜେପିର କାର୍ଯ୍ୟ ସମିତି ବୈଠକକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ବର୍ତ୍ତମାନ ଅମିତ ଶାହ କୁଶାଭାଉ ଠାକରେ ଅଡିଟୋରିୟମରେ ଉପସ୍ଥିତ ଅଛନ୍ତି। ଯେଉଁଠାରୁ ସେ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ମହା ଅଭିଯାନ ୨୦୦୩ର ରିପୋର୍ଟ କାର୍ଡ ଲଞ୍ଚ କରିବେ। ଏନେଇ ମଧ୍ୟପ୍ରଦେଶ ବିଜେପି ମିଡିଆ ସେଲ ମୁଖ୍ୟ ଆଶିଷ ଅଗ୍ରୱାଲ ଶନିବାର କହିଛନ୍ତି, ଭୋପାଳରେ ଏକ କାର୍ଯ୍ୟକ୍ରମରେ ଶାହ ଶିବରାଜ ସିଂ ଚୌହାନ ସରକାରଙ୍କ ରିପୋର୍ଟ କାର୍ଡ ଜାରି କରିବା ପରେ ଏକ ବୈଠକ ହେବ। ନିର୍ବାଚନ ପୂର୍ବରୁ ଏହା ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଏହା ଶେଷ ବୈଠକ ହେବ।

ଦଳର ବିଧାୟକ, ,ସାଂସଦ, ଜିଲ୍ଲା ସଭାପତି ଏବଂ ସାଧାରଣ ସଚିବମାନଙ୍କୁ ଗ୍ୱାଲିୟରରେ ପହଞ୍ଚିବାକୁ କୁହାଯାଇଛି। ଏହି ବୈଠକକୁ ପ୍ରାୟ ୧,୫୦୦ ଅଧିକାରୀଙ୍କୁ ଡକାଯାଇଛି ଏବଂ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଦଳ ଏହାର ଶେଷ ଯୋଜନା ଉପସ୍ଥାପନ କରିବ ବୋଲି ଆଶା କରାଯାଉଛି। ଅନ୍ୟ ଜଣେ ବିଜେପି ନେତା କହିଛନ୍ତି ଯେ ଆମେ ଗ୍ୱାଲିୟରରେ ଆମର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛୁ, ଯାହାକୁ ସିନ୍ଧିଆଙ୍କ ଗଡ଼ କୁହାଯାଏ।

Leave A Reply

Your email address will not be published.