Latest Odisha News

BREAKING NEWS

ବିଜେପିର ମିଶନ ପଶ୍ଚିମବଙ୍ଗ: ମେଦିନାପୁରରେ ଆଜି ଅମିତ ଶାହଙ୍କ ସମାବେଶ

କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ତାପୂର୍ବରୁ ଆରମ୍ଭ ହେଲାଣି ସମରସଜା । ବିଜେପି ଆରମ୍ଭ କରିଛି ମିଶନ ପଶ୍ଚିମବଙ୍ଗ । ନିକଟରେ ବିଜେପ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଦୁଇ ଦିନିଆ ଗସ୍ତରେ ଯାଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଥିଲେ । ଆଜି ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ । ସେ ବିଭିନ୍ନ ଦଳୀୟ କାର୍ୟ୍ୟକ୍ରମରେ ଯୋଗଦେଇ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବେ । ଏହି ଅବସରରେ ତୃଣମୂଳ କଂଗ୍ରେସର କିଛି ବିଦ୍ରୋହୀ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇପାରନ୍ତି ।

ଅମିତ ଶାହ ଆଜି ପଶ୍ଚିମ ମେଦିନାପୁରରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ଏଥିପାଇଁ ପଶ୍ଚିମ ମେଦିନାପୁର ଜିଲାର ବେଲିଜୁରି ଗାଁରେ ସମାବେଶ ହେବ । ତାପୂର୍ବରୁ ଅମିତ ଶାହ ରାମକୃଷ୍ଣ ଆଶ୍ରମକୁ ଯାଇଥିଲେ । ସେଠାରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଅମିତ ଶାହ କହିଥିଲେ, ବିବେକାନନ୍ଦଙ୍କ ବିଚାରଧାରା ପୂର୍ବରୁ ଯେପରି ପ୍ରାସଙ୍ଗିକ ରହିଥିଲା ଆଜି ବି ସେପରି ପ୍ରାସଙ୍ଗିକ ରହିଛି । ସେହିପରି ମେଦିନାପୁର ସିଦ୍ଧେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଅମିତ ଶାହ ।

Leave A Reply

Your email address will not be published.