Latest Odisha News

BREAKING NEWS

ଲଟେରୀ ଖୋଲିଦେଲା ଅଟୋ ଡ୍ରାଇଭରଙ୍କ ଭାଗ୍ୟ, ରାତାରାତି ବନିଗଲେ କୋଟିପତି

ଥିରୁବନ୍ତପୁରମ୍: ଭାଗ୍ୟ ବଦଳାଇ ଦେଲା ଲଟେରୀ। ରାତାରାତି ବନିଗଲେ କୋଟିପତି। କିଛି ଟଙ୍କାର ଲଟେରୀ କିଣି କୋଟିପତି ହୋଇଗଲେ ଜଣେ ଅଟୋ ଚାଳକ। ଗରିବ ଉପରେ ଭାଗ୍ୟଦେବୀ ଏପରି ପ୍ରସନ୍ନ ହେଲେ ଯେ ରାତାରାତି ୨୫ କୋଟି ଟଙ୍କାର ଓନାମ୍‌ ବମ୍ପର ଲଟେରୀର ବିଜେତା ବନିଗଲେ। ସେ ହେଉଛନ୍ତି କେରଳର ଶ୍ରୀବରହମ୍‌ ଅଞ୍ଚଳ ବାସିନ୍ଦା ଅନୁପ ।

ଅନୁପ ପେଶାରେ ଜଣେ ଅଟୋ ଚଳାକ। କିନ୍ତୁ ଅଟୋରୁ ଆସୁଥିବା ଟଙ୍କା ପରିବାର ଚଳାଇବାକୁ ନିଅଣ୍ଟ। ତେଣୁ ସେ ମନସ୍ତାପ କରିଥିଲେ ଯେ ମାଲେସିଆ ଯାଇ ଜଣେ ରୋଷେୟା ଭାବେ କାର୍ଯ୍ୟ କରିବେ। ଏଥିଲାଗି ସେ ବ୍ୟାଙ୍କରେ ୩ ଲକ୍ଷ ଟଙ୍କାର ଲୋନ୍‌ ଆବେଦନ କରିଥିଲେ। ସେପଟେ ଅନୁପ ଦୀର୍ଘ ୨୨ ବର୍ଷ ହେଲା ଲଟେରୀ ଟିକେଟ୍‌ କିଣି ଆସୁଛନ୍ତି । ଲଟେରୀ କିଣିବା ତାଙ୍କର ଅଭ୍ୟାସ ହୋଇଥିଲେ ସୁଦ୍ଧା ସେ କେବେ ଜିତିପାରୁନଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଶହେ ଟଙ୍କା ରୁ ସର୍ବାଧିକ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଲଟେରୀରେ ପାଇଛନ୍ତି।

ଅନୁପ ଲଟେରୀ ଜିତିବାର ଗୋଟିଏ ଦିନ ପୂର୍ବରୁ ଶନିବାର ଲଟେରୀ ଟିକେଟ (T-750605)କିଣିଥିଲେ। ଅନୁପ କହିଛନ୍ତି ଯେ ସେ ଯେଉଁଠାରୁ ଲଟେରୀ ଟିକେଟ କିଣିଛନ୍ତି ତାଙ୍କର ପ୍ରଥମେ ପସନ୍ଦ ନଥିଲା। ତେଣୁ ସେ ପୁଣିଥରେ ଦ୍ୱିତୀୟ ଟିକେଟ୍ କିଣିଥିଲେ। ରବିବାର ଲଟେରୀ ବିଜେତାର ନାଁ ଟିଭିରେ ଘଷୋଣା ହେଲା। ଏନେଇ ଅନୁପ କୁହନ୍ତି, “ମୁଁ ଜିତିବାକୁ ଆଶା କରିନଥିଲି ବୋଲି ଟିଭିରେ ଲଟେରୀ ଫଳାଫଳ ଦେଖୁନଥିଲି। କିନ୍ତୁ ମୋ ଫୋନକୁ ଏକ ଲଟେରୀ ଜିତିଥିବା ମେସେଜ ଆସିଲା। ମୁଁ ଏହାକୁ ବିଶ୍ୱାସ କରିପାରିଲି ନାହିଁ ଏବଂ ମୁଁ ମୋ ପତ୍ନୀଙ୍କୁ ଦେଖାଇଲି। ସେ ଲେଟେରୀ ଟିକେଟ ନମ୍ବର ମିଶାଇ କହିଲା ଆମେ ଜିତିଛୁ। ତଥାପି ମୁଁ ସନ୍ଦେହରେ ଥିଲି। ତେଣୁ ମୁଁ ଲଟେରୀ ବିକ୍ରି କରୁଥିବା ମହିଳାଙ୍କ ନିକଟକୁ ଟିକେଟର ଫଟୋ ପଠାଇଲି। ଏହା ବିଜୟୀ ସଂଖ୍ୟା ବୋଲି ସେ ନିଶ୍ଚିତ କଲେ। ”

ଅନୁପ ଜିତିଥିବା ଟଙ୍କାରୁ ଟ୍ୟାକ୍ସ କଟିବା ପରେ ପ୍ରାୟ ୧୫ କୋଟି ଟଙ୍କା ପାଇବେ। ଯେତେବେଳେ ତାଙ୍କୁ ପଚାରାଗଲା ସେ ଏହି ଟଙ୍କାରେ କଣ କରିବାକୁ ଚାହୁଁଛନ୍ତି? ସେ କହିଲେ, ତାଙ୍କର ପ୍ରଥମ ପ୍ରାଥମିକତା ହେଉଛି ତାଙ୍କ ପରିବାର ପାଇଁ ଏକ ଘର ନିର୍ମାଣ କରିବା ଏବଂ ସେମାନେ ନେଇଥିବା ଋଣ ପରିଶୋଧ କରିବା। ଏହା ବ୍ୟତୀତ ଅନୁପ କହିଛନ୍ତି ଯେ ସେ ତାଙ୍କ ସମ୍ପର୍କୀୟଙ୍କୁ ସାହାଯ୍ୟ କରିବେ ଓ କିଛି ଟଙ୍କା ଦାନ କରିବେ। ଏହାପରେ କେରଳରେ ଏକ ହୋଟେଲ ଆରମ୍ଭ କରିବେ। ସୂଚନା ଥାଉକି, ଅନୁପ ଲଟେରୀ ମାଧ୍ୟରେ ପ୍ରଥମ ବିଜେତା ଭାବରେ ୨୫ କୋଟି ଟଙ୍କା ଜିତିଥିବା ବେଳେ ଦ୍ୱିତୀୟ ବିଜେତାଙ୍କୁ ୫ କୋଟି ଟଙ୍କା ମିଳିବ ।

Leave A Reply

Your email address will not be published.