Latest Odisha News

BREAKING NEWS

ଜ୍ୟାକଲିନଙ୍କୁ ପୁଣି ସମନ ଜାରି କଲା ଦିଲ୍ଲୀ ପୋଲିସ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ ଜଡିତ ଥିବା ନେଇ ଘନ ଘନ ଜେରା କରୁଛି ପୋଲିସ। ଏହି ମାମଲାରେ ସେପ୍ଟେମ୍ବର ୧୪ ବୁଧବାର ଅଭିନେତ୍ରୀଙ୍କୁ ସମନ ପଠାଇ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ପଚରାଉଚରା କରିଥିଲା। ଯାହା ପରେ ବର୍ତ୍ତମାନ ଜ୍ୟାକଲିନଙ୍କୁ ପୁଣି ଥରେ ଇଓଡବ୍ଲୁ (EOW) ଅଫିସରେ ହାଜର ହେବାକୁ ପଡିବ। ସେପ୍ଟେମ୍ବର ୧୯ ତାରିଖ ଅର୍ଥାତ୍ ସୋମବାର ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ପୁଣିଥରେ ଅଭିନେତ୍ରୀଙ୍କୁ ପଚରାଉଚରା କରିବ। ଏହି ମାମଲାରେ ଜ୍ୟାକଲିନଙ୍କୁ ବର୍ତ୍ତମାନ ସୁଦ୍ଧା ତିନୋଟି ସମନ ପଠାଯାଇଛି। ଏହାପୂର୍ବରୁ, EOW ନୋରା ଫତେହିଙ୍କୁ ମଧ୍ୟ ପଚରାଉଚୁରା କରିଥିଲା।

୧୪ ସେପ୍ଟେମ୍ବରରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀ ପୋଲିସ ପ୍ରାୟ ୮ ଘଣ୍ଟା ଧରି ପଚରାଉଚରା କରିଥିଲା। ଖବର ଅନୁଯାୟୀ, ପଚରାଉଚରା ବେଳେ ଅଭିନେତ୍ରୀ ବହୁତ ଚିନ୍ତିତ ଏବଂ ବିବ୍ରତ ଦେଖାଯାଉଥିଲା। ପ୍ରାୟ ୫୦ ଟି ପ୍ରଶ୍ନ ପରେ, ସୋମବାର ୧୧ଟା ବେଳେ ପୁଣି ଥରେ ଅଭିନେତ୍ରୀଙ୍କୁ ପଚରାଉଚାରା କରାଯିବ। ପୂର୍ବରୁ ସୁକେଶ ଚନ୍ଦ୍ରଶେଖରଙ୍କ ଜଣାଶୁଣା ବ୍ୟକ୍ତି ପିଙ୍କି ଇରାନୀଙ୍କ ସାମ୍ନାରେ ବସାଇ ଜ୍ୟାକଲିନଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା। ଏଥର ଅଭିନେତ୍ରୀଙ୍କୁ ଫ୍ୟାଶନ୍ ଡିଜାଇନର୍ ଲିପାକ୍ଷୀଙ୍କ ସହ ମୁହାଁମୁହିଁ କରାଯିବ।

ସେପଟେ ଏହି କ୍ଷେତ୍ରରେ ଜ୍ୟାକଲିନଙ୍କ ବ୍ୟତୀତ ନୋରା ଫତେହିଙ୍କ ନାମ ମଧ୍ୟ ବହୁତ ଚର୍ଚ୍ଚା କରାଯାଉଛି। ଏହି ମାମଲାରେ ନୋରା ଫତେହିଙ୍କୁ ଇଡିରୁ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ପକ୍ଷରୁ ପ୍ରାୟ ଛଅ ରୁ ଆଠ ଘଣ୍ଟା ପ୍ରଶ୍ନ କରାଯାଇଥିଲା। ଯାହା ପରେ ତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା। ସୁକେଶଙ୍କ ଅପରାଧିକ କାର୍ଯ୍ୟକଳାପ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଥିଲେ।

Leave A Reply

Your email address will not be published.