Latest Odisha News

ମା’ଙ୍କ ଅନ୍ତ୍ୟେଷ୍ଟି ସାରି କର୍ତ୍ତବ୍ୟକୁ ଫେରିଲେ ମୋଦି; ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କଲେ

କୋଲକାତା: ମା’ଙ୍କ ଶେଷକୃତ୍ୟ ସାରି ପୁଣି କର୍ତ୍ତବ୍ୟକୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଗାନ୍ଧିନଗର ରାଜଭବନରୁ ଭିଡିଓ କନଫରେନ୍ସିଂରେ କୋଲକାତାରୁ ହାବଡା ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଲୋକାର୍ପଣ କରିଛନ୍ତ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସେଠାରେ ଯେଗା ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ମା’ଙ୍କ ନିଧନ ଯୋଗୁ ସେଠାରେ ପହଞ୍ଚି ପାରି ନ ଥିଲେ । କୋଲକାତା ଯିବା କାର୍ଯ୍ୟକ୍ରମକୁ ବାତିଲ କରି ମା’ଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ । କିନ୍ତୁ ପଶ୍ଚିମବଙ୍ଗର ଏପରି ଏକ ବିକାଶମୂଳକ କାମକୁ ବାତିଲ କରି ନ ଥିଲେ । ମାଙ୍କ ଅନ୍ତ୍ୟେଷ୍ଟ୍ରି କାମ ସରିବା ପରେ ତୁରନ୍ତ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ ସିଧା ଗାନ୍ଧୀନଗର ରାଜଭବନରେ ପହଞ୍ଚିଥିଲେ ଏବଂ ଭିଡିଓ କନ୍‌ଫେରନ୍ସି ସାହାଯ୍ୟରେ କୋଲକାତାର ଏହି ଲୋକାର୍ପଣ କାର୍ଯ୍ୟରେ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପଶ୍ଚିମବଙ୍ଗ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ହାବଡା ଷ୍ଟେଶନରେ ଉପସ୍ଥିତ ଥିଲେ । ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ମାତୃ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଶୀଘ୍ର କାର୍ଯ୍ୟକ୍ରମ ସାରି ବିଶ୍ରାମ ନେବା ଲାଗି ମମତା କହିଥିଲେ । ବଙ୍ଗଳା ଭାଷାରେ ମମତା କହିଥିଲେ, ‘ମା’ର ବିକଳ୍ପ ନାହିଁ । ଆପଣଙ୍କର ମା’ ମୋର ବି ମା’ । ଏମିତି ସମୟରେ ମୋ ମା’ କଥା ବହୁତ ମନେ ପଡୁଛି । ଏହି କାର୍ଯ୍ୟକ୍ରମରେ ଆପଣ ଭର୍ଚୁଆଲ ମୋଡରେ ସାମିଲ ହେଲେ । ଏହା ଆମ ପାଇଁ ଖୁବ ସମ୍ମାନର କଥା ।’

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଯୋଡ଼ି ମମତା ବାନାର୍ଜୀଙ୍କୁ ଅଭିନନ୍ଦନ କରିଥିଲେ ଏବଂ ପରେ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଥିଲେ । ଏହି ଅବସରରେ ହାବଡା ଷ୍ଟେଶନରେ ଉପସ୍ଥିତ ଜନତା ମୋଦି..ମୋଦି..ନାରା ଦେଉଥିବା ଦେଖିବାକୁ ମିଳିଥିଲା

Leave A Reply

Your email address will not be published.