Latest Odisha News

BREAKING NEWS

ଆର୍ମି (ମେଡିକାଲ୍‌)ର ଲେଫ୍ଟନାଣ୍ଟ ଜେନେରାଲ୍ ହେଲେ ପ୍ରଥମ ଓଡିଆ

ବ୍ରହ୍ମପୁର: ପ୍ରଥମ ଓଡିଆ ଭାବେ ଆର୍ମି (ମେଡିକାଲ୍‌)ର ଲେଫ୍ଟନାଣ୍ଟ ଜେନେରାଲ୍ ଦାୟିତ୍ୱ ନେଇଛନ୍ତି ସଞ୍ଜୟ ଦର୍ଶନ ବେହେରା ।

BjdElectrycity

ଶ୍ରୀ ବେହେରା ହେଉଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ରାଧାକୃଷ୍ଣ ସାହିର ମୂଳ ବାସିନ୍ଦା । ସେ ଆର୍ମି(ମେଡିକାଲ୍‌)ର ମେଜର ଜେନେରାଲରୁ ପଦୋନ୍ନତି ପାଇଁ ଲେଫ୍ଟନାଣ୍ଟ ଜେନେରାଲ୍ ଭାବେ ଅବସ୍ଥାପିତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ସେ ୧୯୮୨ ମସିହାରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଡାକ୍ତର ପାସ କରିଥିଲେ । ପରେ ଦିଲ୍ଲୀସ୍ଥିତ ଏମ୍ସରୁ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ସହ ନ୍ୟାସନାଲ୍ ଡିଫେନ୍ସ କଲେଜରୁ ଏମଫିଲ୍ ଡିଗ୍ରି ହାସଲ କରିଥିଲେ ।

ଆହୁରି ମଧ୍ୟ ସେ ଆମେରିକା ଆର୍ମିରେ ଦୁଇଥର ତାଲିମ ନେଇଥିବା ବେଳେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ‘ଅତି ବିଶିଷ୍ଟ ସେବା ମେଡାଲ୍‌’ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ନିକଟ ଅତୀତରେ ତାଙ୍କ ବାପା ସୁଦର୍ଶନ ବେହେରାଙ୍କ ଦେହାନ୍ତ ହୋଇଥିଲା ।

ସଞ୍ଜୟଙ୍କ ପତ୍ନୀ ସିଲୋନୀ ଜଣେ ଗୃହିଣୀ ହୋଇଥିବା ବେଳେ ତାଙ୍କ ପୁଅ କର୍ପୋରେଟ୍ ଓ ଝିଅ ହସ୍ପିଟାଲିଟି ମ୍ୟାନେଜମେଣ୍ଟରେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.