Latest Odisha News

BREAKING NEWS

ଜାଲ ପ୍ରମାଣପତ୍ର ତିଆରି ଅଭିଯୋଗରେ ଦୁଇ ସ୍କୁଲ ଶିକ୍ଷକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ସରକାରୀ ନିଯୁକ୍ତି ପାଇଁ ନକଲି ବିଇଡି ପ୍ରମାଣପତ୍ର ତିଆରି କରିବା ଅଭିଯୋଗରେ ଦୁଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଗୌରୀ ଶଙ୍କର ଜେନା ଓ ଦୟାନିଧି ପରିଡା । ଆସ୍କା ବ୍ଲକ ଶିକ୍ଷା ଅଧିକାରୀ କୃତିବାସ ବାରିକଙ୍କ ଦ୍ୱାରା ଅଭିଯୋଗ ଦାଖଲ ହେବା ପରେ ସେମାନଙ୍କୁ ଗିରଫ କରାଯାଇଛି ।

ପୋଲିସ ଅନୁସାରେ, ୨୦୦୬ ମସିହାରେ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିବା ଗୌରୀ ଶଙ୍କର ଜେନା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ନକଲି ବିଇଡି ପ୍ରମାଣପତ୍ର ତିଆରି କରିଥିଲେ ଏବଂ ୨୦୧୨ ମସିହାରେ ନିଯୁକ୍ତି ପାଇଥିବା ଦୟାନିଧି ପରିଡା ଉତ୍କଳ ବିଶ୍ୱାବିଦ୍ୟାଳୟରୁ ନକଲି ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ । ତେବେ ଉଭୟ ଶିକ୍ଷକଙ୍କ ଦ୍ୱାରା ତିଆରି ପ୍ରମାଣପତ୍ର ନକଲି ହୋଇଥିବା ଉଭୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହି ଦୁଇ ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ ୪ଜଣଙ୍କୁ ନକଲି ପ୍ରମାଣପତ୍ର ରାକେଟରେ ସାମିଲ ଥିବା ଅଭିଯୋଗରେ ପୋଲିସ ଗିରଫ କରିଥିଲା । ନକଲି ପ୍ରମାଣପତ୍ର, କାଗଜପତ୍ର, ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପାଖାପାଖି ୫୦୦ଟି ନକଲି ଷ୍ଟାମ୍ପ ଓ ଏକ ହାଡ ଡିସ୍କ ଜବତ କରିଛି ପୋଲିସ ।

Leave A Reply

Your email address will not be published.