Latest Odisha News

BREAKING NEWS

ଦିଲ୍ଲୀରେ ବାୟୂ ପ୍ରଦୂଷଣ ହ୍ରାସ କରିବାକୁ ପରାମର୍ଶ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳର ଲୋକମାନେ ବର୍ଦ୍ଧିତ ବାୟୁ ପ୍ରଦୂଷଣ ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁଥିପାଇଁ ଦିଲ୍ଲୀରେ ନଭେମ୍ବର ୧୦ ପର୍ଯ୍ୟନ୍ତ ସ୍କୁଲଗୁଡିକ ବନ୍ଦ ରଖାଯାଇଛି । ଲୋକଙ୍କୁ ଅଫିସକୁ ଆସିବା ପରିବର୍ତ୍ତେ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ଅଡ-ଇଭେନ ଯୋଜନା ପୁଣି ଥରେ ଆରମ୍ଭ ହେବ । ପ୍ରଦୂଷଣକୁ ମଧ୍ୟ ସୁପ୍ରିମକୋର୍ଟ ତୀବ୍ର ନିନ୍ଦା କରିଛନ୍ତି । ଯଦି ରିପୋର୍ଟକୁ ଦେଖାଯାଏ ତେବେ ପଡୋଶୀ ରାଜ୍ୟରେ ନଡା ଜଳିବା ହେଉଛି ପ୍ରଦୂଷଣର ମୁଖ୍ୟ କାରଣ ।

ତେବେ ଦିଲ୍ଲୀର ଶ୍ୱାସରୁଦ୍ଧ ବାୟୁ ପ୍ରଦୂଷଣ ମଧ୍ୟରେ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ସେ କିଛି ସମାଧାନ ପାଇଛନ୍ତି । ଯାହାକୁ ମାଇକ୍ରୋବ୍ଲଗିଗିଂ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ବିଟର)ରେ ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ପୋଷ୍ଟ କରିଛନ୍ତି ।
ସେ କହିଛନ୍ତି ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ନଡା ଜାଳିବା ନେଇ ତାଙ୍କ ପାଖରେ ବୈକଳ୍ପିକ ସମାଧାନ ଅଛି । ସେ ପୁନଃ କୃଷି ନିର୍ମାଣର ବ୍ୟବହାର ବିଷୟରେ କହିଛନ୍ତି ଯାହାଦ୍ବାରା ଦିଲ୍ଲୀର ପ୍ରଦୂଷଣ ଉପରେ ରୋକ ଲଗାଯାଇ ପାରିବ ।

ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, ଏହି ପୁନଃ କୃଷି ନିର୍ମାଣର ବ୍ୟବହାରକୁ ଏକ ସୁଯୋଗ ଦିଆଯିବା ଉଚିତ । ଏହା ଦ୍ବାରା ନଡା ଜାଳିବା ଏକ ଲାଭକାରୀ ବିକଳ୍ପ ହୋଇପାରିବ ଏବଂ ଏହା ସହିତ ମାଟିର ଉର୍ବରତା ଆହୁରି ବଢିଯିବ । ସେ କହିଛନ୍ତି ଯେ, @ VikashAbraham ଏବଂ @naandi_india ଏଥିପାଇଁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ତେବେ ଚାଲନ୍ତୁ ଏହି ପଦ୍ଧତି ଆପଣାଇବା ଏବଂ ଦିଲ୍ଲୀ ଓ ଏହାର ଆଖପାଖ ସହରକୁ ପ୍ରଦୂଷଣ ମୁକ୍ତ କରିବା ।

Leave A Reply

Your email address will not be published.