Latest Odisha News

ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାସ, ୯ ଗିରଫ

କୋରାପୁଟ: ବିସିଂହପୁର ପୋଲିସକୁ ବଡ ସଫଳତା । ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାସ କରିବା ସହ ୯ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୧୨ଟି ମୋବାଇଲ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଗତ ଫ୍ରେବୁୟାରୀ ମାସରେ ସ୍ଥାନୀୟ ଭାତପାଇ ଗୁଡା ଗ୍ରାମରେ ଗୋଟିଏ ଦିନରେ ୧୧ ଟି ମୋବାଇଲ ଚୋରି ହୋଇଥିବା ନେଇ ବିସିଂହପୁର  ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଚୋରି ମୋବାଇଲ ନମ୍ବରକୁ ଟ୍ରାକ କରି ତଦନ୍ତ ଚଳାଇଥିଲା । ସେହିପରି ଗତ ୨୪ ତାରିଖ ଦିନ କୁମୁଲି ଗ୍ରାମରୁ ମଧ୍ୟ ଏକ ବାଇକ ଓ ଗୋଟେ  ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଦୁଇଟି ଯାକ ସ୍ଥାନରେ ବିସିଂହପୁର ଥାନା ଚାରମୂଳା ଗ୍ରାମର ଏ କେ.ପି ରାଓ  ନାମକ ଜଣେ ବ୍ୟକ୍ତି ଚୋରି କରିଥିବା ନେଇ ସୂଚନା ଦେଇଛି ପୋଲିସ । ସେ ଦୀର୍ଘ ଦିନ ହେବ ମୋବାଇଲ ଓ ବାଇକ ଗୁଡିକୁ ଚୋରି କରି ଅନ୍ୟ ଲୋକଙ୍କୁ କମ ଦାମରେ ବିକ୍ରି କରି ଆସୁଥିଲା । ତାକୁ ପୋଲିସ ଗିରଫ କରିବା ପରେ ସମସ୍ତ ଚୋରା ମୋବାଇଲ କିଣିଥିବା ୮ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖିଥିବା ଜଣାପଡିଛି ।

ତେବେ ଏହି ଚୋରା ମୋବାଇଲ ରାକେଟରେ ଜଣେ ପୋଲିସ କର୍ମଚାରୀଙ୍କ ପୁଅଙ୍କୁ ମଧ୍ୟ ଗତକାଲି ଅଟକ ରଖି ପଚରାଉଚରା କରିଛି ପୋଲିସ । ଏନେଇ ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ବୋରିଗୁମ୍ମା SDPO  । ଏମାନଙ୍କ ଠାରୁ  ୧୨ ଟି ମୋବାଇଲ ସହିତ ଚୋରି ହୋଇଥିବା ବାଇକ ମଧ୍ୟ ଉଦ୍ଧାର କରିଛି ବିସିଂହପୁର ପୋଲିସ । ଏହି ଚୋର ଜଣକ ପୂର୍ବରୁ ଅନେକ ଚୋରି ମାମଲାରେ ଜଡିତ ଥିବା ବୋରିଗୁମ୍ମା SDPO ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.