Latest Odisha News

BREAKING NEWS

ମନ ଜିଣିଲେ ଆନନ୍ଦ ମହିନ୍ଦ୍ରା, ଭରା ନଈ ନୁହେଁ, ବୋଟରେ ଯିବେ ମାଲକାନଗିରିବାସୀ

ମାଲକାନଗିରି: ଆଉ ଭରା ନଈରେ ବୁଡି ଯିବାକୁ ପଡିବନି ଅଙ୍ଗନୱାଡି କେନ୍ଦ୍ର । ବେକେ ପାଣିରେ ଜୀବନ ସହ ସଂଘର୍ଷ କରିବାକୁ ପଡିବନି । ଆଉ ଲାଉ ତୁମ୍ବା ସାଜିବନି ସାହାରା । ଜୀବନ ଓ ମରଣର ଦୋ ଛକିରେ ଥିବା ମାଲକନଗିରି ଚିତ୍ରକୋଣ୍ଡାର ଲାଇଫଲାଇନ୍ ସାଜିବ ବୋଟ । ଆଉ ଲୋକଙ୍କୁ ଏହି ବୋଟ ଯୋଗାଇ ଦେବେ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ।

ରାଲେଗଡା ପଂଚାୟତର ଦୁଇ ଅଙ୍ଗନୱାଡି କର୍ମୀ ପ୍ରମିଳା ପାନେଲ ଓ ହେମଲତା ଶିଶା ନଦୀ ପାର କରି ସବୁଦିନ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚନ୍ତି। କରୋନା ପାଇଁ ଯଦିଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ଅଛି ତଥାପି ଲୋକଙ୍କ ପାଖରେ ସେବା, ସୁବିଧା ଯୋଗାଇ ଦେବାକୁ ଭରା ପାଣିରେ ପହଁରି ଯିବାକୁ ପଡେ । କର୍ତ୍ତବ୍ୟ ଆଗରେ ଅଥଳ ପାଣି ଦେଖି କେବେ ଡରି ଯାଇ ନାହାନ୍ତି ପ୍ରମିଳା ଓ ହେମଲତା । ପ୍ରତିଦିନ ଅଂଟାରେ ଲାଉ ତୁମ୍ବା ବାନ୍ଧି ସାହସର ସହ ଏହି ଭରା ନଈ ପରା ହୋଇଥାନ୍ତି । ନଈ ପାର ହୋଇ ଆରପଟରେ ଥିବା ଗାଁ ସୁଆପାଲି ଓ ନେରୁଡ଼ିକୁ ଯାଇଥାନ୍ତି। କିଛି ଦିନ ତଳେ ଏହାର ଭିଜୁଆଲ ଭାଇରାଲ ହୋଇଥିଲା ।

ସେହି ଭିଜୁଆଲ ଦେଖିବା ପରେ ଆନନ୍ଦ ମହିନ୍ଦ୍ରା ଏକ ବୋଟ୍ ଦେବାକୁ ଘୋଷଣା କରିଛନ୍ତି। ଖୁବଶୀଘ୍ର ତାଙ୍କ କମ୍ପାନୀ ଅଧିକାରୀ ଏକ ବୋଟ ନେରୁଡପାଲି ଅଞ୍ଚଳରେ ପହଞ୍ଚାଇବେ ବୋଲି ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି ଲେଖିଛନ୍ତି । ଆଉ ଏହି ଘୋଷଣା କରି ମାଲକାନଗିରିବାସୀଙ୍କ ମନ ଜିଣି ନେଇଛନ୍ତି ମହିନ୍ଦ୍ରା ।

Leave A Reply

Your email address will not be published.