Latest Odisha News

ବର୍ଷା ଆଲର୍ଟ, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ଏସଆରସିଙ୍କ ଚିଠି। ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚିଠିରେ ସତର୍କ କରାଯାଇଛି । ଏହାସହ ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ଜଗତସିଂହପୁର ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

ଏହି ସମୟରେ କଚ୍ଚା ଘର ନଷ୍ଟ ହେବା ସହ ଟ୍ରାଫିକ ସମସ୍ୟ ମଧ୍ୟ ହୋଇପାରେ । ଏହାସହ ତିବ୍ର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ରେଡ, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜିଲ୍ଲାଗୁଡିକୁ ମଧ୍ୟ ସତର୍କ କରାଯାଇଛି । ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠିରେ ପରାମର୍ଶ ଦିଆଯାଇଛି । ଏହି ବର୍ଷା ଆସନ୍ତା ୨୪ ତାରିଖ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । । ଆସନ୍ତାକାଲି ସକାଳ ୮ଟା ୩୦ଯାଏଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘଂଟାକୁ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିପାରେ । ତଳିଆ ଅଂଚଳରେ ଜମିପାରେ ପାଣି ଏବଂ କଚ୍ଚା ଘର ପ୍ରତି ବିପଦ ରହିଛି ।

 

Leave A Reply

Your email address will not be published.