ମୁମ୍ବାଇ: କରୋନା ମହାମାରୀ ପାଇଁ ଅଟକି ପଡିଛି ସାରା ବିଶ୍ୱ । ଏମିତି ସ୍ଥିତିରେ ଭାରତର ଫିଲ୍ମ ଇଣ୍ଡଷ୍ଟ୍ରୀ ବି ଠପ୍ ପଡିଛି । କରୋନା ପୂର୍ବରୁ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଫାଇଟର୍ର ସୁଟିଂ ଚାଲିଥିଲା । ହେଲେ ଏବେ ତାହା ଅଧାରେ ପଡି ରହିଛି । ଏହି ଫିଲ୍ମରେ ସେ ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ । ବକ୍ସିଂ ଉପରେ ଆଧାରିତ ଏହି ଫିଲ୍ମ ଜରିଆରେ ଅନନ୍ୟା ଟଲିଉଡରେ ଏଣ୍ଟ୍ରି କରିଥିଲାବେଳେ ଏହାର ହିନ୍ଦୀ ଭର୍ସନ ରିଲିଜ କରିବେ କରନ ଜୋହର ।
ଏହି ଫିଲ୍ମ ଛଡା ଆଉ ଏକ ଟଲିଉଡ ପ୍ରୋଜେକ୍ଟ ବି ଅନନ୍ୟାଙ୍କ ହାତକୁ ଆସିଛି । ରିପୋର୍ଟ ଅନୁଯାୟୀ ସାଉଥ୍ ସୁପରଷ୍ଟାର୍ ମହେଶ ବାବୁଙ୍କ ସହ ଅନନ୍ୟାଙ୍କୁ ଦେଖିବାକୁ ମିଳିପାରେ । ଫିଲ୍ମ ସରକାରୁ ଭାରି ପାଟ୍ଟାରେ କିର୍ତ୍ତୀ ସୁରେଶ ଫିମେଲ ଲିଡ୍ରେ ଥିବାବେଳେ ସେକେଣ୍ଡ ଲିଡ୍ରେ ଅନନ୍ୟା ନଜର ଆସିବେ । ତେବେ ଏ ନେଇ କୌଣସି ଅଫିସିଆଲ୍ କନ୍ଫର୍ମେସନ ମିଳିନି ।
ତାଜା ସ୍ଥିତିରେ ବଲିଉଡରେ ନେପୋଟିଜିମକୁ ନେଇ ଝଡ ଉଠିଛି । ବୋଧ ହୁଏ ଏହି କାରଣରୁ ଅନନ୍ୟା ବଲିଉଡ ଅପେକ୍ଷା ଟଲିଉଡରେ ଫିଲ୍ମ କରିବା ପାଇଁ ମନ ବଳାଇଛନ୍ତି ।
Comments are closed.