Latest Odisha News

BREAKING NEWS

ପୁଣିଥରେ ନିର୍ମାଣ ହେବ ଅନ୍ଧାଧୁନ୍‌, ଏଥର ଶ୍ରୀୟା ସରନ୍ !

ହାଇଦ୍ରାବାଦ: ୨୦୧୮ରେ ରିଲିଜ ହୋଇଥିଲା ବ୍ଲାକ୍ କମେଡି ଫିଲ୍ମ ଅନ୍ଧାଧୁନ୍ । ଲିଡ୍ ରୋଲ୍‌ରେ ଥିଲେ ଆୟୁଷ୍ମାନ ଖୁରାନା, ରାଧିକା ଆପ୍ଟେ ଓ ତବ୍ୱୁ । ମାତ୍ର ୩୨ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇ ୪୫୦କୋଟିରୁ ଅଧିକ ଇନ୍‌କମ୍ କରିଥିଲା । ତେବେ ଖୁବଶୀଘ୍ର ଏହି ଫିଲ୍ମର ପୁନଃନିର୍ମାଣ ହେବାକୁ ଯାଉଛି ।

ନିର୍ମାଣ ହେବ ଅନ୍ଧାଧୁନ୍‌ର ତେଲୁଗୁ ଭର୍ସନ । ଆୟୁଷ୍ମାନଙ୍କ କିର୍ଦାରରେ ନଜର ଆସିବେ ନିଥିନ୍ । ମେରଲାପ୍‌କା ଗାନ୍ଧୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ଚଳିତବର୍ଷ ଜୁନ ମାସରେ ରିଲିଜ ହୋଇଥାନ୍ତା । ହେଲେ କରୋନା ପାଇଁ ସବୁକିଛି ଅଟକିଛି । ମିଳିଥିବା ସୂଚନା ଅନୁଯାୟୀ ତେଲୁଗୁ ଭର୍ସନରେ ତବ୍ୱୁଙ୍କ ଭୂମିକାରେ ଶ୍ରୀୟା ସରନଙ୍କୁ ଦେଖିବାକୁ ମିଳିବ । ସେହିଭଳି ତାମିଲ ରିମେକ ଭର୍ସନରେ ପ୍ରଶାନ୍ତ ନଜର ଆସିବେ ।

ତାଜା ସ୍ଥିତିରେ ଶ୍ରୀୟା ଏସ୍‌.ଏସ୍ ରାଜାମୌଲିଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ବହୁଦିନର ବ୍ୟବଧାନ ପରେ ଦର୍ଶକ ଶ୍ରୀୟାଙ୍କୁ ନେଗେଟିଭ ରୋଲରେ ଦେଖିବା ପାଇଁ ଚାହିଁ ବସିଥିଲାବେଳେ ଆଶା କରାଯାଉଛି ଓଟିଟି ପ୍ଲାଟଫର୍ମ ବଦଳରେ ସିନେମା ହଲରେ ଫିଲ୍ମଟି ରିଲିଜ ହେବ ।

Leave A Reply

Your email address will not be published.