Latest Odisha News

BREAKING NEWS

ଘୁଞ୍ଚିଲା ଓଡିଶା ସିଭିଲ୍ ସର୍ଭିସ୍ ୨୦୧୯ ପରୀକ୍ଷା

ଭୁବନେଶ୍ୱର: ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ (ଓପିଏସସି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଓଡିଶା ସିଭିଲ୍ ସର୍ଭିସ୍‌-୨୦୧୯ ମେନ୍ ଲିଖିତ ପରୀକ୍ଷାକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି ।

ଏହି ପରୀକ୍ଷା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ କରୋନା କଟକଣା ଯୋଗୁଁ ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି ।

ତେବେ ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ଓ ସମୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ପ୍ରାର୍ଥୀ ମାନେ www.opsc.gov.in ୱେବସାଇଟରୁ ଅନ୍ୟ ଆବଶ୍ୟକୀୟ ସୂଚନା ଜାଣି ପାରିବେ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.