Latest Odisha News

BREAKING NEWS

ସାରା ଦେଶ ଦେଖୁଛି, ଏକୁଟିଆ ଜଣେ କେତେ ଲୋକଙ୍କ ପାଇଁ ଭାରି ପଡୁଛି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରାଜ୍ୟସଭାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି  ମୋଦି କହିଛନ୍ତି, ଆଜି ସାରା ଦେଶ ଦେଖୁଛି, ଜଣେ ଏକୁଟିଆ କେତେ ଲୋକଙ୍କ ଉପରେ ଭାରି ପଡୁଛି  । ଦେଶ ଜିତାଇଛି, ଦେଶ ପାଇଁ କିଛି କରିବାକୁ ବାହାରିଛି ।

ସଂସଦରେ ହଙ୍ଗାମା କରୁଥିବା ବିରୋଧୀଙ୍କ ଉଦ୍ଦେଶ୍ୟର  ମୋଦି କହିଛନ୍ତି,   ସଂସଦରେ ଏଭଳି ଲୋକ ବି ବସିଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଅନେକ ସିଦ୍ଧି ପ୍ରାପ୍ତ କରିଛନ୍ତି ।   ହେଲେ ଦୁର୍ଭାଗ୍ୟର କଥା ସଂସଦରେ ଉପସ୍ଥିତ ଥିବା କିଛି ଲୋକଙ୍କ ବ୍ୟବହାର ଓ ବୟାନ୍ କେବଳ ସଂସଦକୁ ନୁହେଁ ସାରା ଦେଶକୁ ନିରାଶ କରୁଛି ।

ମଲ୍ଲିକାର୍ଜୁନ୍ ଖଡଗେଙ୍କୁ ଲକ୍ଷ୍ୟ କରି ମୋଦି କହିଥିଲେ,  ଖଡଗେଙ୍କ ମନର ପୀଡା ମୁଁ ବୁଝିପାରୁଛି । ଆପଣଙ୍କ ସଂସଦୀୟ କ୍ଷେତ୍ରରେ ଆପଣଙ୍କୁ ଜନତା ପ୍ରତ୍ୟାଖାନ କରୁଛନ୍ତି । ଯାହାର ଦୁଃଖ ସଂସଦରେ ଆସି ବାହାର କରୁଛନ୍ତି । ତେଣୁ ମୁଁ କହିରଖୁଛି ତୁମେ ଯେତେ କାଦୁଅ ଫିଙ୍ଗିବ, ଚାରିଆଡେ ସେତେ ପଦ୍ମ ଫୁଟ ।’

ସେ ଆହୁରି କହିଥିଲେ, ପୀଢି ପୀଢିକୁ ନେଇ ଏ ଦେଶ ଆଗେଇଛି । ଏ ଦେଶ କୌଣସି ପରିବାରର ସମ୍ପତ୍ତି ନୁହେଁ । ଆମେ ମେଜର ଧ୍ୟାନଚନ୍ଦ୍ରଙ୍କ ନାମରେ ଖେଳ ରତ୍ନ ରଖିଲୁ । ଏଥିପାଇଁ ଆମେ ଗର୍ବିତ । କିଛି ଲୋକ ଆମ ସେନାଙ୍କୁ ନିଚ୍ଚା ଦେଖାଇବା ପାଇଁ ମୌକା ଛାଡୁ ନାହାନ୍ତି । ହେଲେ ଆମେ ପରମବୀର ଚକ୍ର ପାଇଥିବା ବୀରଙ୍କ ନାମରେ ଦ୍ୱୀପ କରିଦେଲୁ ।

ପାରିବାରିକ ରାଜନୀତିକୁ ଆକ୍ଷେପ କରି ତଥା ଗାନ୍ଧି ପରିବାରକୁ ଟାର୍ଗେଟ କରି ମୋଦି କହିଥିଲେ, ଦେଶରେ ୬୦୦ରୁ ଅଧିକ ଯୋଜନା ଗାନ୍ଧି-ନେହରୁ ପରିବାର ଅଟେ । ଯଦି କୌଣସି କାର୍ଯ୍ୟକ୍ରମରେ ନେହରୁଙ୍କ ନା ପ୍ରୟୋଗ ନ ହେଉଛି ତେବେ କିଛି ଲୋକଙ୍କ ରକ୍ତ ଗରମ ହୋଇ ଯାଉଛି । ହେଲେ ମୁଁ ବୁଝିପାରୁନି, ତାଙ୍କ ପୀଢିର କୌଣସି ବ୍ୟକ୍ତିଙ୍କୁ ନେହରୁ ସାଂଜ୍ଞା ରଖିବା ପଇଁ ଏତେ ଦ୍ୱିଧା କାହିଁକି ? ଏପରି ସ୍ଥିତିରେ ସେମାନେ ଆମର ହିସାବ ମାଗୁଛନ୍ତି ।

Leave A Reply

Your email address will not be published.