Latest Odisha News

ଓଡ଼ିଶା ପୁଣି ପଡ଼ିଶା: ଗଞ୍ଜେଇପଦରରେ ବାଣ୍ଟଲା ପଟ୍ଟା

କୋରାପୁଟ: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଓଡ଼ିଶାରେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଥିବା ଜଣାଯାଇଛି । କୋଟିଆ ପଞ୍ଚାୟତବାସୀଙ୍କୁ ଆନ୍ଧ୍ରମୁହାଁ କରିବା ପାଇଁ ପଡ଼ିଶା ରାଜ୍ୟ ପୁଣି ଆରମ୍ଭ କରିଛି ପ୍ରୟାସ ।

କୋଟିଆର ଗଞ୍ଜେଇପଦର ଠାରେ ଆନ୍ଧ୍ର ଏଜେଣ୍ଟଙ୍କ ଉପସ୍ଥିତିରେ ଏକ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ଦେଖିବାକୁଛି । ଯେଉଁଥିରେ ଆନ୍ଧ୍ର କୋଟିଆରେ ୫୦୦ରୁ ଉର୍ଦ୍ଧ୍ବ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। କୋଟିଆ ପଞ୍ଚାୟତବାସୀଙ୍କୁ ଆନ୍ଧ୍ର ମୁହାଁ କରିବାକୁ ପୁଣି ପ୍ରୟାସ କରାଯାଉଥିବା ଅଭିଯୋଗ ହୋଇଛି । କିଛି ଦିନର ନିରବତା ପରେ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନକୁ ଆଖିଆଗରେ ରଖି ଏହିଭଳି କାର୍ୟ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। ଅଧିକାରୀମାନେ ସାମାନାକୁ ନ ଆସି ଏଜେଣ୍ଟମାନଙ୍କୁ କାମରେ ଲଗେଇ ଥିବା ଦେଖିବାକୁ ମିଳିଛି।

Comments are closed, but trackbacks and pingbacks are open.