Latest Odisha News

BREAKING NEWS

ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟରେ ଓଡିଶା ରନର୍ସଅପ୍‌

ଭୁବନେଶ୍ୱର: ବାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟରେ ଓଡିଶା ଫାଇନାଲରେ ଆନ୍ଧ୍ରପ୍ରଦେଶ ନିକଟରୁ ୮୦ ରନରେ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ପ୍ରଥମେ ବ୍ୟାଟିଂ କରି ଆନ୍ଧ୍ରପ୍ରଦେଶ ୨୦ ଓଭରରେ ୩ ଉଇକେଟ ହରାଇ ୨୪୬ ରନ କରିଥିଲା । ଡି.ଭେଙ୍କେଟଶ୍ୱର ୧୩୨, ଟି.ଦୁର୍ଗା ୪୭ ରନ କରିଥିଲେ । ଜବାବରେ ଓଡିଶା ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୧୬୬ ରନ କରିବାକୁ ସକ୍ଷମ ହୋଇଥିଲା ।

ସୁଖରାମ ମାଝି ୫୨, ନକୁଳ ବଡନାୟକ ୪୦, ପଙ୍କଜ ଭୂଏ ୩୫ ରନ କରିଥିଲେ । ଭେଙ୍କେଟଶ୍ୱର ମ୍ୟାନ ଅଫ ଦି ମ୍ୟାଚ ପ୍ରକାଶ ଜୟରମହାୟ ମ୍ୟାନ ଅଫ ଦି ସିରିଜ ହୋଇଥିଲେ । କର୍ଣ୍ଣାଟକର କ୍ରୀଡା ମନ୍ତ୍ରୀ ଶି.ନାରାୟଣ ଗୌଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଂଟରରେ ଭଲ ପ୍ରଦର୍ଶନ କରିଥିବାରୁ ସନ୍ୟାସ କୁମାର ବେହେରା, ପ୍ରକାଶ ରଥ, ବିରଞ୍ଜି ନାରାୟଣ ସାହୁ, ଯୋଗେନ୍ଦ୍ର ଯାନି ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.