Latest Odisha News

BREAKING NEWS

ଶ୍ରୀମନ୍ଦିରକୁ ୪ କେଜି ୮୫୮ ଗ୍ରାମ୍ ସୁନା ଓ ୩ କେଜିରୁ ଅଧିକ ରୂପା ଅଳଙ୍କାର ଦାନ କଲେ ଜୈନିକ ଦାତା

ପୁରୀ: ପବିତ୍ର ଶ୍ରୀପଞ୍ଚମୀରେ ଆଜି ପୁରୀରେ ରଥଯାତ୍ରା ଲାଗି ରଥକାଠ ଅନୁକୂଳ ହୋଇଛି । ଏହି ଅବସରରେ ଜୈନିକ ଦାତା ଶ୍ରୀମନ୍ଦରକୁ ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି । ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ବଡ଼ ଠାକୁରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମାଆ ସୁଭ୍ରଦାଙ୍କ ଲାଗି ୨ଟି ତଡ଼କି ଏବଂ ୨ଟି ଝୋବା ରହିଛି ।

Devotee Donated More Than 4 Kg Gold Ornaments To Jagannath Temple

ଏସବୁ ଅଳଙ୍କାରରେ ସମୁଦାୟ ୪ କେଜି ୮୫୮ ଗ୍ରାମ୍ ସୁନା ଏବଂ ୩ କେଜି ୮୭୬ ଗ୍ରାମ୍ ରୂପା ବ୍ୟବହାର ହୋଇଥିବା ଜଣାପଡ଼ିଛି । ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ଅଳଙ୍କାର ବ୍ୟବହାର ହେବ ।

Devotee Donated More Than 4 Kg Gold Ornaments To Jagannath Temple

ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଡା. କ୍ରିଷନ କୁମାରଙ୍କୁ ଭେଟି ଦାତାଙ୍କ ପ୍ରତିନିଧି ଅଳଙ୍କାର ଦାନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଅନନ୍ତ ତିଆଡ଼ି ଏବଂ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.