Latest Odisha News

BREAKING NEWS

ପାକିସ୍ଥାନ ରେଳ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି

ଇସଲାମାବାଦ: ପାକିସ୍ଥାନ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି । ସେହିପରି ୮୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନବାବଶାହ ପିପୁଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

BjdElectrycity

ସୂଚନା ଅନୁସାରେ, ଗତକାଲି ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ପାକିସ୍ତାନର ପଞ୍ଜାବକୁ ଯାଉଥିଲା । ପାକିସ୍ତାନର ଶହଜାଦପୁର ଓ ନବାବଶାହ ମଝିରେ ଥିବା ସହାରା ରେଲୱେ ଷ୍ଟେସନରେ ଘଟିଥିଲା ଏହି ଦୁର୍ଘଟଣା । ରାବଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ୍ ହୋଇ ଘଟଣା ସ୍ଥଳରୁ ୨୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଦୁର୍ଘଟଣାରେ ୮୦ ଜଣ ଗୁରୁତର ଆହତ ହୋଇଥିଲେ । ଆହତ ମାନଙ୍କୁ ଉଦ୍ଧାର କରି ନବାବଶାହ ପିପୁଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

 

Leave A Reply

Your email address will not be published.