Latest Odisha News

BREAKING NEWS

ଚାଷରେ ଖର୍ଚ୍ଚ ୨ ଲକ୍ଷ, ବିକ୍ରି ମୂଲ୍ୟ ୨୫ ହଜାର; ପିଆଜ କ୍ଷେତରେ ନିଆଁ ଲଗାଇଦେଲେ ଚାଷୀ

ନାସିକ: ବଜାରରେ ପିଆଜର କେଜି ପିଛା ଦର ୧୫ରୁ ୧୮ ଟଙ୍କା ରହିଛି । ପିଆଜ ସୁଲଭ ଦରରେ ମିଳୁଥିବାରୁ ଖାଉଟି ବେଶ୍ ଖୁସି ଅଛନ୍ତି । ହେଲେ ମାସ ମାସ ପରିଶ୍ରମ କରି ସଞ୍ଚିତ ପୁଞ୍ଜି ଖଟାଇ ଯେଉଁ ଚାଷୀ ପିଆଜ ଚାଷ କରିଥିଲେ । ସେମାନେ ପିଆଜ ଅମଳ ବେଳେ ନିବେଶ କରିଥିବା ଅର୍ଥର ୨୫ ପ୍ରତିଶତ ଟଙ୍କା ପାଉ ନାହାଁନ୍ତି ।

ମହାରାଷ୍ଟ୍ର ନାସିକ ଜିଲ୍ଲାରେ ଏଭଳି ମାମଲା ସାମ୍ନାକୁ ଆସିଛି । ଯେଉଁଠି ଚାଷୀ ପିଆଜର ଉଚିତ୍ ବିକ୍ରି ମୂଲ୍ୟ ନ ପାଇବାରୁ ପିଆଜ କ୍ଷେତରେ ନିଆଁ ଲଗାଇ ଦେଇଛି । ଏନେଇ ଚାଷୀ କ୍ରୀଷ୍ଣା ଡଙ୍ଗରେଙ୍କ କହିବା କଥା ହେଲା, ସେ ପିଆଜ ଚାଷରେ ୪ ମାସରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଆଉ ଅମଳ ପିଆଜକୁ ବଜାରକୁ ନେବା ଲାଗି ୩୦ ହଜାର ଟଙ୍କା ପରିବହନ ପାଇଁ ଖର୍ଚ୍ଚ ହେବ । ଯେତେବେଳେ କି ପିଆଜର ବିକ୍ରି ମୂଲ୍ୟ ମାତ୍ର ୨୫ ହଜାର ଟଙ୍କା ।

ଏଭଳି ସ୍ଥିତିରେ ଦେଢ଼ ଏକର ଜମିରେ ହୋଇଥିବା ପିଆଜ କ୍ଷେତରେ ନିଆଁ ଲଗାଇ ପ୍ରତିବାଦ କରିଛନ୍ତି ଚାଷୀ କ୍ରୀଷ୍ଣା ଡଙ୍ଗର । କହିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ଓ ଭୁଲ୍ ପାଇଁ ସେ ପିଆଜ ଜାଳି ଦେଇଥିବା କହିଛନ୍ତି । ଏଥିସହ ନିଜ ରକ୍ତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କୁ ଚିଠି ଲେଖି ପିଆଜ ପୋଡ଼ା ଉତ୍ସବ ଦେଖିବାକୁ ଡାକିଛନ୍ତି କ୍ରୀଷ୍ଣା ଡଙ୍ଗର ।

Leave A Reply

Your email address will not be published.