Latest Odisha News

BREAKING NEWS

୩ ବୋହୂଙ୍କ ସହ ଶାଶୁ ଦେଲେ ପରୀକ୍ଷା

ନାଳନ୍ଦା: ବିହାରର ନାଳନ୍ଦାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କ ଚକିତ କରିଛି । ଏଠାରେ ଅନୁଷ୍ଠିତ ଶାଶୁଙ୍କ ସମେତ ୩ ବୋହୂ ଏକତ୍ର ପରୀକ୍ଷା ଦେବାକୁ ଆସିଥିଲେ । ଅବଶ୍ୟ ପାଠ ପଢ଼ିବା ଏବଂ ସ୍ୱାକ୍ଷର ହେବା ନେଇ ସେମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଉଛି । ସ୍ଥାନୀୟ ସରକାର ଅକ୍ଷର ଆଂଚଳ ଯୋଜନା ମାଧ୍ୟମରେ ନିରକ୍ଷରଙ୍କୁ ପାଠ ପଢ଼ାଇବା ପାଇଁ ପ୍ରୋତ୍ସାହିତ କରାଉଛନ୍ତି । ପାଠ ପଢ଼ିବା ପରେ ଉପରୋକ୍ତ ୪ ମହିଳା ଏହି ସମ୍ପର୍କୀତ ଏକ ପରୀକ୍ଷା ଦେବାକୁ ଆସିଥିଲେ । ୧୦୫ଟି ପରୀକ୍ଷା କେନ୍ଦ୍ରରେ ୧୦ ହଜାର ୯୮୦ ମହିଳା ଯୋଗ ଦେବାର ଥିଲା । ତେବେ ଏଥିରେ ୯ ହଜାର ୬୯୮ ଜଣ ପରୀକ୍ଷା ଦେଇଥିଲେ ।

ଅନ୍ୟମାନେ ବ୍ୟକ୍ତିଗତ ଅସୁବିଧା ଦର୍ଶାଇ ଏଥିରେ ଅଂଶଗ୍ରହଣ କରି ନାହାନ୍ତି । ଏ ସମ୍ପର୍କରେ ଶାଶୁ ସରସ୍ୱତୀଙ୍କୁ ପଚରାଯିବାରୁ ସେ କହିଥିଲେ, ମୁଁ ଏବେ ନିଜ ଦସ୍ତଖତ କରିପାରିବା ସହ ହିନ୍ଦୀ ପଢ଼ିବା ଓ ଲେଖିବା ଶିଖିସାରିଛି । ସେଥିପାଇଁ ବୋହୂମାନଙ୍କ ସହ ପରୀକ୍ଷା ଦେବାକୁ ଆସିଛି । ଲୋକଲଜ୍ଜା ଅପେକ୍ଷା ଶିକ୍ଷିତ ହେବା ମୋ ପାଇଁ ଜରୁରୀ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.