Latest Odisha News

BREAKING NEWS

କରୋନାଭାଇରସ୍ ଉପଶମ ଉପାୟ ଖୋଜିଲେ ଏହି କୁନି ଝିଅ, ମିଳିଲା..

ଟେକ୍ସାସ: କରୋନାଭାଇରସ୍ ଚିକିତ୍ସା ଖୋଜିବା ପାଇଁ ଜଣେ ଭାରତୀୟ-ଆମେରିକୀୟ ଝିଅଙ୍କୁ ତାଙ୍କ ଅନୁସନ୍ଧାନ ପାଇଁ ୨୫୦୦୦ ଡଲାର୍ ପ୍ରଦାନ କରାଯାଇଛି।

ଟେକ୍ସାସର ୧୪ ବର୍ଷୀୟ ଝିଅ ଅନିକା ଚେବ୍ରୋଲୁ, କୋଭିଡ-୧୯ର ଚିକିତ୍ସା ପାଇଁ ଏକ ସମ୍ଭାବ୍ୟ ଔଷଧ ଉପରେ କାମ କରିଥିବାରୁ ୨୦୨୦ 3M ୟଙ୍ଗ ସାଇଣ୍ଟିଷ୍ଟ ଚ୍ୟାଲେଞ୍ଜ ଜିତିଛନ୍ତି ବୋଲି ଜଣାପଡିଛି ।

ସ୍କୁଲ୍ ଛାତ୍ରୀ ଏପରି ଏକ ଅଣୁକୁ ବିକଶିତ କରିଛି ଯାହା କରୋନାଭାଇରସ୍ ର ଏକ ନିର୍ଦ୍ଦିଷ୍ଟ ପ୍ରୋଟିନ୍ ସହିତ ବାନ୍ଧି ହୋଇପାରେ ଏବଂ ଏହାକୁ ସଂକ୍ରମଣ ହେବାରୁ ରୋକିପାରେ ।

“ମୁଁ ଏହି ଅଣୁକୁ ବିକଶିତ କରିଥିଲି ଯାହା SARS-CoV-2 ଜୀବାଣୁ ଉପରେ ଏକ ନିର୍ଦ୍ଦିଷ୍ଟ ପ୍ରୋଟିନ୍ ସହିତ ବାନ୍ଧି ହୋଇପାରେ। ଏହି ପ୍ରୋଟିନ୍ ବାନ୍ଧି ହୋଇଯିବା ଦ୍ୱାରା ଜୀବାଣୁ ଆଉ ଗତିଶୀଳ ହୋଇ ପାରିବ ନାହିଁ” ବୋଲି କହିଛନ୍ତି ଏହି କୁନି ବୈଜ୍ଞାନିକ ।

ଅନିକା ସବୁବେଳେ କରୋନାଭାଇରସ୍ ଉପରେ ଧ୍ୟାନ ଦେଉନଥିଲେ । ବର୍ଷ ଆରମ୍ଭ ହେବା ବେଳକୁ ସେ ଫ୍ଲୁ  ର ମୁକାବିଲା ପାଇଁ ଉପାୟ  ଉପରେ କାମ କରୁଥିଲେ। ମହାମାରୀ ଆସିବା ପରେ ତାଙ୍କ ଯୋଜନା ବଦଳିଗଲା। ଅତ୍ୟଧିକ ସଂକ୍ରାମକ ଜୀବାଣୁ ପାଇଁ ଏକ ସମ୍ଭାବ୍ୟ  ଔଷଧ ଖୋଜିବା ପାଇଁ, ୧୪ ବର୍ଷୀୟା ଅନିକା, SARS-CoV-2 ଜୀବାଣୁକୁ କିପରି ଏବଂ କେଉଁଠାରେ ରୋକାଯାଇପାରିବ ତାହା ଚିହ୍ନଟ କରିବା ପାଇଁ ଏକାଧିକ କମ୍ପ୍ୟୁଟର ପ୍ରୋଗ୍ରାମ ବ୍ୟବହାର କରିଥିଲେ ।

ଅନିକା ଔଷଧ ଆବିଷ୍କାର ପାଇଁ ଇନ-ସିଲିକୋ ପ୍ରଣାଳୀକୁ ଅଣୁ ଖୋଜିବା ପାଇଁ ବ୍ୟବହାର କରିଥିଲେ ଯାହାକି କୋଭିଡ-୧୯ ମହାମାରୀର ଉପଶମ ପାଇବା ପାଇଁ SARS-CoV-2 ଜୀବାଣୁର ସ୍ପାଇକ୍ ପ୍ରୋଟିନ୍ ସହିତ ବାନ୍ଧି ହୋଇପାରେ ।

କିନ୍ତୁ ତାଙ୍କ ଅନୁସନ୍ଧାନର ଲାଇଭ୍ ମଡେଲରେ ପରୀକ୍ଷା କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଦିନେ ଡାକ୍ତରୀ ଅନୁସନ୍ଧାନକାରୀ ଏବଂ ପ୍ରଫେସର ହେବାକୁ ଆଶା ରଖିଥିବା ଅନିକା କହିଛନ୍ତି ଯେ ତାଙ୍କ ଜେଜେବାପା ବିଜ୍ଞାନ ପ୍ରତି ତାଙ୍କର ଆଗ୍ରହକୁ ପ୍ରେରଣା ଦେଇଛନ୍ତି।

ସିଏନଏନକୁ ଏକ ପ୍ରତିକ୍ରିୟା ରେ ସେ କହିଛନ୍ତି ଯେ ତାଙ୍କ ବୈଜ୍ଞାନିକ ପ୍ରକଳ୍ପ ଚାରିଆଡ଼େ ଗଣମାଧ୍ୟମ ପ୍ରଚାର ହେଉଛି, ଆଉ ସମସ୍ତେ ଚାହାଁନ୍ତି ଯେ ମହାମାରୀ ଶେଷ ହେଉ । ଏ ଦିଗରେ ଆଗକୁ ଅନୁସନ୍ଧାନ କରିବାକୁ ଆଗ୍ରହୀ ଥିବା ଅନିକା କହିଛନ୍ତି ।

Leave A Reply

Your email address will not be published.