Latest Odisha News

BREAKING NEWS

ପରଲୋକରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ

ଭୁବନେଶ୍ୱର : ପରଲୋକରେ ଅନିମା କର । ସେ ହେଉଛନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ପତ୍ନୀ । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଛି  । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ଅନିମା ଯକୃତ ରୋଗରେ ପୀଡିତ ଥିଲେ  ।

ଦୁଇ ତିନି  ମାସ ହେବ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଅନିମା ବହୁ ପ୍ରତିଭାର ଅଧିକାରିଣୀ ଥିଲେ  । ସେ ଜଣେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଥିଲେ । ତାସହିତ ସେ ରମାଦେବୀ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଅଧ୍ୟାପିକା ଭାବରେ ଚାକିରି କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.