Latest Odisha News

BREAKING NEWS

ଭାରତୀୟ ଟିମ କୋଚ ଭାବେ ଡ୍ରାଭିଡଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁମ୍ବାଇ: ଭାରତ ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ବିଶ୍ୱକପ ପରେ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ବିସିସିଆଇ ତାଙ୍କ ସହିତ ଆଲୋଚନା କରିବା ପରେ କାର୍ଯ୍ୟକାଳ ବୃଦ୍ଧି କରିଛି । ସେ ଅତି କମରେ ଟି୨୦ ବିଶ୍ୱକପ ପର୍ଯ୍ୟନ୍ତ ଦଳର କୋଚ ଦାୟିତ୍ୱ ତୁଲାଇ ପାରନ୍ତି । ବୁଧବାର ବୋର୍ଡ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ସୂଚନା ଦେଇଛନ୍ତି । ଟି୨୦ ବିଶ୍ୱକପରେ ଜୁନରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । କେବଳ ଡ୍ରାଭିଡ ନୁହେଁ ସର୍ପୋର୍ଟିଂ କୋଚ ବିକ୍ରମ ରାଠୋର, ଫିଲ୍ଡିଂ କୋଚ ଟି ଦିଲିପ ଓ ବୋଲିଂ କୋଚ ପାରସ ମାହାମ୍ବ୍ରେଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।

ଏଥିସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଡ୍ରାଭିଡ ଦଳ ସହିତ ଯିବା ସ୍ପଷ୍ଟ ହୋଇଛି । ୧୦ ଡିସେମ୍ବରରୁ ୭ ଜାନୁୟାରୀ ୨୪ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଭିଭିଏସ ଲକ୍ଷ୍ମଣ ତାଙ୍କ ସ୍ଥାନରେ ଦାୟିତ୍ୱ ତୁଲାଇବେ ବୋଲି ଅନୁମାନ କରାଯାଉଥିଲା । ମାତ୍ର ସେ ଏନସିଏରେ ବ୍ୟସ୍ତ ରହିଥିବା ବେଳେ ଆଗକୁ ୧୯ ବର୍ଷରୁ କମ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.