Latest Odisha News

BREAKING NEWS

ଜେଲର ହେବ ନବୀକରଣ; ନୂଆ ଡାକ୍ତରଙ୍କ ନିଯୁକ୍ତି ଏବଂ ମିଳିବ ନିରାମୟ ଔଷଧ

ଭୁବନେଶ୍ୱର: ରାଜ୍ୟରେ ଜେଲ ବିଭାଗର ହେବ ଆମୂଳ ଚୂଳ ନବୀକରଣ । ରାଜ୍ୟ ସରକାରଙ୍କ ୫-ଟି ଢ଼ାଞ୍ଚାରେ ହେବ ବିକାଶ କାର୍ଯ୍ୟକ୍ରମ । ଜେଲର ଭିତ୍ତିଭୂମିର ବିକାଶ ସହ, ନୂଆ ଡାକ୍ତର ନିଯୁକ୍ତି, ବଡି ଓର୍ଣ୍ଣ କ୍ୟାମେରା, ମେଟାଲ ଡିଟେକ୍ଟର, ସିକ୍ୟୁରିଟି ପୋଲ, ବ୍ୟାଗେଜ ସ୍କାନର ଆଦି ସୁରକ୍ଷା ଜନିତ ଆବଶ୍ୟକତାର ଉନ୍ନତିକରଣ କରାଯିବ ।

୨୦୨୨-୨୩ ଆର୍ଥିକ ବଜେଟରେ ରାଜ୍ୟ ସରକାର ଜେଲ ବିଭାଗକୁ ଦେଇଛନ୍ତି ୩୯ କୋଟି ଟଙ୍କା । ଏହା ବ୍ୟତୀତ ଜେଲ ର ମରାମତି ପାଇଁ ଅତିରିକ୍ତ ୧୦ କୋଟି ଟଙ୍କା ଦିଆଯାଇଛି । ସେପଟେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଇଛି ୯ କୋଟି ଟଙ୍କା । ଯାହା ପ୍ରଶାସନିକ କାର୍ଯ୍ୟ, ଜେଲ ଅଧିକାରୀଙ୍କ ଟ୍ରେନିଂ, ଦକ୍ଷତା ବିକାଶ, ଅନ୍ତେବାସୀଙ୍କ ପୁର୍ନବାସ ଆଦି ଜରୁରୀ ଆବଶ୍ୟକତାରେ ଖର୍ଚ୍ଚ ହେବ ।

ଏବେ ଜେଲକୁ ନିୟମିତ ସାଇକୋଲୋଜିଷ୍ଟ, ସାଇକାଟ୍ରିଷ୍ଟ ଭ୍ରମଣ କରିବେ ବୋଲି ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଜେଲ ହସ୍ପିଟାଲରେ ହ୍ୱିଲ ଚେୟାର, ଇସିଜି ମେସିନ, ଗ୍ଲୁକୋମିଟର, ଡିଜିଟାଲ ବେଡ ମନିଟର ଆଦି ଆବଶ୍ୟକତା ମେଣ୍ଟାଯିବ । ଏଥିସହ ନିରାମୟ ଯୋଜନାରେ ରାଜ୍ୟ ଔଷଧ ନିଗମ ଔଷଧ ଯୋଗାଇବ ।

Leave A Reply

Your email address will not be published.