Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ୧୫୪୪ ସଂକ୍ରମିତ, ୩୦ ହଜାର ଡେଇଁଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସୁସ୍ଥ ହାର । ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୫୪୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୦,୨୪୧ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଂଜାମରୁ ସର୍ବାଧିକ ୫୬୦ ଜଣ ଅଛନ୍ତି । ଖୋର୍ଦ୍ଧାରୁ ୨୩୦, କୋରାପୁଟରୁ ୧୪୩, ଗଜପତିରୁ ୭୫, ନୟାଗଡରୁ ୬୨, ସୁନ୍ଦରଗଡରୁ ୫୯, କନ୍ଧମାଳରୁ ୪୧, କଟକରୁ ୩୭, କଳାହାଣ୍ଡି ଓ ରାୟଗଡାରୁ ୩୬ଜଣ ଲେଖାଏଁ, ଯାଜପୁରରୁ ୩୪, ବାଲେଶ୍ୱରରୁ ୩୩, ପୁରୀରୁ ୩୨, ସମ୍ବଲପୁରରୁ ୩୧, ମାଲକାନଗିରିରୁ ୨୪, କେନ୍ଦ୍ରାପଡାରୁ ୨୧, କେନ୍ଦୁଝରରୁ ୧୭ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ସେହିପରି ବରଗଡ ଓ ବଲାଙ୍ଗିରରୁ ୧୬ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୧୩, ମୟୂରଭଂଜରୁ ୧୨, ଭଦ୍ରକ, ଜଗତସିଂହପୁର ଓ ସୋନପୁରୁର ୮ ଜଣ ଲେଖାଏଁ, ଅନୁଗୁଳ ଓ ନୂଆପଡାରୁ ୬ ଜଣ ଲେଖାଏଁ, ନବରଙ୍ଗପୁରୁ୪ ଓ ଝାରସୁଗୁଡାରୁ ୩ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.