Latest Odisha News

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୩୦୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ଟପିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୦୭ ଜଣ ସଂକ୍ରମିତ । ଏଥିରୁ ୬୯ ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ, ଲୋକାଲ କେସ୍ ରହିଛି ୨୩୮ । ସେହିପରି ଭୁବନେଶ୍ବରରୁ ସୁସ୍ଥ ହୋଇଛନ୍ତି ୬୨ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆଚାର୍ଯ୍ୟବିହାର, କଟକ ରୋଡ, ମଞ୍ଚେଶ୍ବର, ରସୁଲଗଡ଼, ବଡ଼ଗଡ଼, ଫରେଷ୍ଟ ପାର୍କ, ନୟାପଲ୍ଲୀ, ଶୈଳଶ୍ରୀବିହାର, ବରମୁଣ୍ଡା, ଜିଜିପି କଲୋନୀ, ଶିରିପୁର, ବାରଙ୍ଗ, ଝାରପଡ଼ା, ଓଲ୍ଡ ଟାଉନ୍, ସୌଭାଗ୍ୟ ନଗର, ଭିମଟାଙ୍ଗି, ହଂସପାଳ, ପାହାଳ, ୟୁନିଟ୍ ୪, ଭୋଇ ନଗର, କଳିଙ୍ଗ ନଗର, ପଳାଶୁଣି, ୟୁନିଟ୍ ୯, ବିଜେବି ନଗର, କଳ୍ପନା, ପଟିଆ, ଲକ୍ଷ୍ମୀସାଗର ଅଞ୍ଚଳର ସଂକ୍ରମିତ ଅଛନ୍ତି ।

ସେହିପରି ଖଣ୍ଡଗିରି ଅଞ୍ଚଳରୁ ସର୍ବାଧିକ ୨୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ନୟାପଲ୍ଲୀରୁ ୧୯ ଜଣ, ଚନ୍ଦ୍ରଶେଖରପୁର ଓ ଓଲ୍ଡ ଟାଉନରୁ ୮ ଜଣ ଲେଖାଏଁ, ବଡ଼ଗଡ଼, ଜାଗମରା ଓ ଡୁମଡୁମା ଅଞ୍ଚଳରୁ ୭ ଜଣ ଲେଖାଏଁ, ସୁନ୍ଦରପଦାରୁ ୬ ଜଣ, ଜିଜିପି କଲୋନି, ସହିଦନଗର, ଭିଏସଏସ ନଗର, ବରମୁଣ୍ଡା, ଝାରପଡ଼ା ଓ ରସୁଲଗଡ଼ ଅଞ୍ଚଳରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.