ମୋଟେରା: ଭାରତ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ସହ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଏହି ସିରିଜର କେତେକ ରେକର୍ଡ ଉପରେ ଆଖି ପକାଇବା-
୧. ପ୍ରଥମ ମ୍ୟାଚ ହାରିବା ପରେ ଭାରତ ୬ଷ୍ଠ ଥର ପାଇଁ ସିରିଜ ଜିତିଛି ।
୨. ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଘରୋଇ ପରିବେଶରେ କ୍ରମାଗତ ୧୦ ଟେଷ୍ଟ ସିରିଜ ବିଜୟ ହାସଲ କରିଛି ।
୩.ଅଧିନାୟକ ଭାବେ କୋହଲି ୩୬ ମ୍ୟାଚରେ ବିଜୟ ହାସଲ କରି କ୍ଲାଇଭ ଲଏଡଙ୍କ ସହ ମିଳିତ ୪ର୍ଥ ସ୍ଥାନରେ ରହିଛନ୍ତି । ଗ୍ରେମ ସ୍ମିଥ(୫୩), ରିକି ପଂଟି(୪୮) ଓ ଷ୍ଟିଭ ୱ(୪୧) ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ।
୪.ଘରୋଇ ମାଟିରେ ୨୩ ବିଜୟ ହାସଲ କରି କୋହଲି ଭାରତର ଏକ ନମ୍ବର ଅଧିନାୟକ ହୋଇଛନ୍ତି ।୫. ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ ଭାରତୀୟ ବୋଲର ଭାବେ ୨ଟି ସିରିଜରେ ୩୦ରୁ ଅଧିକ ଉଇକେଟ ନେଇଛନ୍ତି । ବିଶେନ ସିଂ ବେଦୀ, କପିଳ ଦେବ, ହରଭଜନ ସିଂ ଓ ଚନ୍ଦ୍ରଶେଖର ଥରେ ଲେଖାଁଏ ୩୦ରୁ ଊର୍ଦ୍ଧ୍ୱ ଉଇକେଟ ନେଇଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ ସେ କମ୍ ମ୍ୟାଚରେ ୪୦୦ ଉଇକେଟ ନେଇଛନ୍ତି ।
୬. ଗୋଟିଏ ସିରିଜରେ ୩୦ରୁ ଊର୍ଦ୍ଧ୍ୱ ଉଇକେଟ ଏବଂ ଶତକ ହାସଲ କରିବାରେ ଅଶ୍ୱିନ ୫ମ ବୋଲର ହୋଇଛନ୍ତି ।
୭. ୩୦ଥର ଅଶ୍ୱିନ ୫ ଉଇକେଟ ସଫଳତା ହାସଲ କରି ଜେମ୍ସ ଆଣ୍ଡରସନଙ୍କ ସହ ମିଳିତ ୬ଷ୍ଠ ସ୍ଥାନରେ ରହିଛନ୍ତି ।୮. ଭାରତୀୟ ବୋଲରଙ୍କ ମଧ୍ୟରେ ପଦାର୍ପଣ ଟେଷ୍ଟରେ ଅକ୍ଷର ପଟେଲ ୨୭ ଉଇକେଟ ଅକ୍ତିଆର କରିି ଦିଲୀପ ଦୋଷୀଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଅକ୍ଷର ପ୍ରଥମ ଭାରତୀୟ ବୋଲର ଭାବେ ୫ କ୍ରମାଗତ ଇନିଂସରେ ୪ରୁ ଊର୍ଦ୍ଧ୍ୱ ଉଇକେଟ ଅକ୍ତିଆର କରିଛନ୍ତି ।
୯. ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ କ୍ରମାଗତ ୩ ଟେଷ୍ଟ ସିରିଜରେ ପରାଜିତ ହୋଇଛି ।
୧୦. ଏହି ସିରିଜରେ ସ୍ପିନରମାନେ ଓଭରାଲ ୧୦୪ ଉଇକେଟ ଅକ୍ତିଆର କରିଛନ୍ତି । ଏହା ପୂର୍ବରୁ ୨୦୧୬ରେ ୧୦୮ ଏବଂ ୧୯୭୨ରେ ସ୍ପିନରମାନେ ୧୦୯ ଉଇକେଟ ନେଇଥିଲେ ।
BREAKING NEWS
- ‘ମୁଁ ମୋ ନିଜ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଛି, ଆଉ କାହାକୁ ଗୁରୁତ୍ୱ ଦେଉନାହିଁ’
- ‘ନବୀନଙ୍କ ନାଁ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ୱାର୍ଡମେମ୍ବର ଜିତିବାର କ୍ଷମତା ନାହିଁ’
- ୨୩୮ ଥର ହାରିବା ପରେ ବି ଲୋକସଭା ପ୍ରାର୍ଥୀ ହୋଇ ରେକର୍ଡ କଲେ କେ.ପଦ୍ମରାଜନ
- ଲାଓସରେ ଫସିଛନ୍ତି ୧୭ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
- ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
- ‘ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍’
- ଏପ୍ରିଲରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ ରହିବ ଛୁଟି
- ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ, ନ୍ୟାୟପାଳିକାର ସାର୍ବଭୌମତ୍ୱକୁ ନେଇ କଲେ ଚିନ୍ତାପ୍ରକଟ
- ପଳାତକ ନିରବ ମୋଦିଙ୍କୁ ବଡ ଝଟକା, ବିକ୍ରି ହେବ ହେବ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା
- ଶାନ୍ତି ସୈନିକଙ୍କ ବିରୋଧରେ ହୋଇଥିବା ଅପରାଧର ରେକର୍ଡ ରଖିବା ପାଇଁ ଡାଟାବେସ୍ ଲଞ୍ଚକଲା ଭାରତ