ମୋଟେରା: ଭାରତ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ସହ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଏହି ସିରିଜର କେତେକ ରେକର୍ଡ ଉପରେ ଆଖି ପକାଇବା-
୧. ପ୍ରଥମ ମ୍ୟାଚ ହାରିବା ପରେ ଭାରତ ୬ଷ୍ଠ ଥର ପାଇଁ ସିରିଜ ଜିତିଛି ।
୨. ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଘରୋଇ ପରିବେଶରେ କ୍ରମାଗତ ୧୦ ଟେଷ୍ଟ ସିରିଜ ବିଜୟ ହାସଲ କରିଛି ।
୩.ଅଧିନାୟକ ଭାବେ କୋହଲି ୩୬ ମ୍ୟାଚରେ ବିଜୟ ହାସଲ କରି କ୍ଲାଇଭ ଲଏଡଙ୍କ ସହ ମିଳିତ ୪ର୍ଥ ସ୍ଥାନରେ ରହିଛନ୍ତି । ଗ୍ରେମ ସ୍ମିଥ(୫୩), ରିକି ପଂଟି(୪୮) ଓ ଷ୍ଟିଭ ୱ(୪୧) ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ।
୪.ଘରୋଇ ମାଟିରେ ୨୩ ବିଜୟ ହାସଲ କରି କୋହଲି ଭାରତର ଏକ ନମ୍ବର ଅଧିନାୟକ ହୋଇଛନ୍ତି ।
୫. ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ ଭାରତୀୟ ବୋଲର ଭାବେ ୨ଟି ସିରିଜରେ ୩୦ରୁ ଅଧିକ ଉଇକେଟ ନେଇଛନ୍ତି । ବିଶେନ ସିଂ ବେଦୀ, କପିଳ ଦେବ, ହରଭଜନ ସିଂ ଓ ଚନ୍ଦ୍ରଶେଖର ଥରେ ଲେଖାଁଏ ୩୦ରୁ ଊର୍ଦ୍ଧ୍ୱ ଉଇକେଟ ନେଇଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ ସେ କମ୍ ମ୍ୟାଚରେ ୪୦୦ ଉଇକେଟ ନେଇଛନ୍ତି ।
୬. ଗୋଟିଏ ସିରିଜରେ ୩୦ରୁ ଊର୍ଦ୍ଧ୍ୱ ଉଇକେଟ ଏବଂ ଶତକ ହାସଲ କରିବାରେ ଅଶ୍ୱିନ ୫ମ ବୋଲର ହୋଇଛନ୍ତି ।
୭. ୩୦ଥର ଅଶ୍ୱିନ ୫ ଉଇକେଟ ସଫଳତା ହାସଲ କରି ଜେମ୍ସ ଆଣ୍ଡରସନଙ୍କ ସହ ମିଳିତ ୬ଷ୍ଠ ସ୍ଥାନରେ ରହିଛନ୍ତି ।
୮. ଭାରତୀୟ ବୋଲରଙ୍କ ମଧ୍ୟରେ ପଦାର୍ପଣ ଟେଷ୍ଟରେ ଅକ୍ଷର ପଟେଲ ୨୭ ଉଇକେଟ ଅକ୍ତିଆର କରିି ଦିଲୀପ ଦୋଷୀଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଅକ୍ଷର ପ୍ରଥମ ଭାରତୀୟ ବୋଲର ଭାବେ ୫ କ୍ରମାଗତ ଇନିଂସରେ ୪ରୁ ଊର୍ଦ୍ଧ୍ୱ ଉଇକେଟ ଅକ୍ତିଆର କରିଛନ୍ତି ।
୯. ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ କ୍ରମାଗତ ୩ ଟେଷ୍ଟ ସିରିଜରେ ପରାଜିତ ହୋଇଛି ।
୧୦. ଏହି ସିରିଜରେ ସ୍ପିନରମାନେ ଓଭରାଲ ୧୦୪ ଉଇକେଟ ଅକ୍ତିଆର କରିଛନ୍ତି । ଏହା ପୂର୍ବରୁ ୨୦୧୬ରେ ୧୦୮ ଏବଂ ୧୯୭୨ରେ ସ୍ପିନରମାନେ ୧୦୯ ଉଇକେଟ ନେଇଥିଲେ ।
BREAKING NEWS
- ଓଡ଼ିଶାକୁ ଇନ୍ଫ୍ଲୁଏଞ୍ଜା ଭୟ, ସତର୍କ ରହି ମାସ୍କ ପିନ୍ଧିବାକୁ ପରାମର୍ଶ
- ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ: ସେପ୍ଟେମ୍ବର ୩ରୁ ଭୋଟର ସର୍ଭେ
- ସେପ୍ଟେମ୍ବର ଶେଷ ସୁଦ୍ଧା ସ୍କୁଲ୍ ପିଲାଙ୍କର ହେବ ସମେଟିଭ୍ ଆସେସମେଣ୍ଟ: ଓସେପାର ନିର୍ଦ୍ଦେଶ
- ନେପାଳ ବନ୍ୟା ବିଭୀଷିକା: ୪ ଓଡ଼ିଆ ମୃତ
- ରାଜ୍ୟରେ ଖୋଲିଲା ତୃତୀୟ ଚାଉଳ ATM, ଉଦ୍ଘାଟନ କଲେ ଯୋଗାଣ ମନ୍ତ୍ରୀ
- Pitabas Panda Murder Case:ପୀତବାସ ପଣ୍ଡା ହତ୍ୟା ମାମଲା;ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ
- କଟକରୁ ନିଖୋଜ ୭ ବର୍ଷର ଝିଅ ଉଦ୍ଧାର
- ଅଧିକ ଚିକେନ୍ ଖାଇବାରୁ ସାଙ୍ଗକୁ ଛୁରୀ ଭୁସି ହତ୍ୟା କଲା ସାଙ୍ଗ
- ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ବିନା ଭିସାରେ ୩୦ ଦିନ ବୁଲିପାରିବେ ଏହି ଦେଶ…
- ଗିରଫ ଡିଏଲଓ ଆକାଶ ବିସୋଇଙ୍କ ଘରେ ଚଢ଼ାଉ, ୭.୨୯ ଲକ୍ଷ ନଗଦ ଜବତ

Comments are closed.