Latest Odisha News

BREAKING NEWS

ଥମିବାର ନାଁ ଧରୁନି ସ୍କ୍ରବ ଟାଇଫସ ସଂକ୍ରମଣ, ଆଜି ପୁଣି ୯ ସଂକ୍ରମଣ

ରାଉରକେଲା: ଥମିବାର ନାଁ ଧରୁନି ରାଜ୍ୟରେ ସ୍କ୍ରବ ଟାଇଫସ ସଂକ୍ରମଣ । ଦିନକୁ ଦିନ ହୁ ହୁ ହୋଇ ବଢୁଛି ସଂକ୍ରମଣ । ହଟସ୍ପଟ ପାଲଟିଛି ସୁନ୍ଦରଗଡ ଜିଲ୍ଲା । ଗତ ୨୪ ଘଣ୍ଟାରେ ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୯ ଆକ୍ରାନ୍ତ । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ସୁନ୍ଦରଗ଼ଡରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ରୋଗ ଏକ ନିର୍ଦ୍ଦିଷ୍ଟ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି । ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ କହିଛନ୍ତି ଜିଲ୍ଲା ସ୍ଵାସ୍ଥ୍ୟ ଅଧୀକାରୀ । ସେପଟେ ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ଵାରା ସଚେତନା କରାଯାଉଥିବାବେଳେ ବିଭିନ୍ନ ଛକ ଓ ହାଟ ମାନଙ୍କରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି।

 

Leave A Reply

Your email address will not be published.