Latest Odisha News

BREAKING NEWS

ଭେନେଜୁଏଲାରେ ପୁଣି ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୯୦୦ ପାର୍ 

ନୂଆଦିଲ୍ଲୀ: ଶୁକ୍ରବାର ଅପରାହ୍ନରେ ଭେନେଜୁଏଲାରେ ଆଉ ଏକ ୪.୯ ତୀବ୍ରତାର ଭୂମିକମ୍ପ ଘଟିଛି। ଦୁଇଟି ବଡ଼ ଭୂମିକମ୍ପର ମାତ୍ର ଦୁଇ ଦିନ ପରେ ଏଭଳି ଘଟିଛି।

ରିପୋର୍ଟ ଅନୁଯାୟୀ, କାରାକାସ୍ ଏବଂ ମାରାକେରେ ସଦ୍ୟତମ ଭୂମିକମ୍ପ ଅନୁଭବ କରିଛନ୍ତି। ତେବେ ପୂର୍ବ ଦୁଇ ବଡ ଭୂମିକମ୍ପରେ ଏଯାବତ ମୃତ୍ୟୁ ସଂଖ୍ୟା ୯୦୦ ଟପିଥିବା ଜଣାପଡ଼ିଛି।

ଜାତୀୟ ପରିଷଦର ସଭାପତି ଜର୍ଜ ରୋଡ୍ରିଗେଜ ଶୁକ୍ରବାର କହିଛନ୍ତି ଯେ ଏହି ସପ୍ତାହର ଆରମ୍ଭରେ ଭେନେଜୁଏଲାରେ ଘଟିଥିବା ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୯୨୦କୁ ବୃଦ୍ଧି ପାଇଛି। ଜରୁରୀକାଳୀନ କାର୍ଯ୍ୟରେ ସହାୟତା ପାଇଁ ଅନ୍ତର୍ଜାତୀୟ ଉଦ୍ଧାରକାରୀ ଦଳ ପହଞ୍ଚିଥିବା ବେଳେ ଭଗ୍ନାବଶେଷ ତଳୁ ଜୀବନ ଉଦ୍ଧାର କରାଯାଉଛି।

 

Comments are closed.